ନୂଆଦିଲ୍ଲୀ : ଚଳିତବର୍ଷ ଅମରନାଥ ଯାତ୍ରା ପାଇଁ ସରକାର ତାରିଖ ଘୋଷଣା କରିଛନ୍ତି । ମାତା ବୈଷ୍ଣୌଦେବୀ ସାଇନବୋର୍ଡ କମିଟି ବୈଠକର ନିଷ୍ପତ୍ତି ମୁତାବକ ଜୁଲାଇ ୩ ତାରିଖରୁ ଅମରନାଥ ଯାତ୍ରା କରିପାରିବେ ଶ୍ରଦ୍ଧାଳୁ । ଏହି ଯାତ୍ରା ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜିର ବୈଠକରେ ସାଇନବୋର୍ଡର ଚେୟାରମ୍ୟାନ ତଥା ଜାମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା, ଡିଜିପି ନଳୀନ ପ୍ରଭାତ, ମୁଖ୍ୟ ସଚିବ ଅଟଳ ଢୁଲ୍ଲୁ ସମେତ ଅନେକ ଅଧିକାରୀ ସାମିଲ ଥିଲେ । ଚଳିତ ବର୍ଷ ଟ୍ରଷ୍ଟ ଓ ସରକାରଙ୍କ ଦ୍ବାରା ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁରକ୍ଷା, ରହିବା ଓ ଖାଦ୍ୟ ପାଇଁ ସରକାର ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି କୁହାଯାଇଛି ।ପ୍ରତିବର୍ଷ କେଦାରନାଥ ଯାତ୍ରା ୪୫ ରୁ ୬୦ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଗତବର୍ଷ ଏହା ଜୁନ ୨୯ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୯ ଅର୍ଥାତ ରକ୍ଷାବନ୍ଧନ ପର୍ଯ୍ୟନ୍ତ ଚାଲିଥିଲା ।










