17.1 C
Bhubaneswar
Saturday, February 14, 2026
Homeଓଡିଶାଗୁଣି ଗାରେଡ଼ି ସନ୍ଦେହରେ ୨ ଗୋଷ୍ଠୀ ମୁହାଁମୁହିଁ : ଜଣେ ମୃତ, ୪ ଗୁରୁତର

ଗୁଣି ଗାରେଡ଼ି ସନ୍ଦେହରେ ୨ ଗୋଷ୍ଠୀ ମୁହାଁମୁହିଁ : ଜଣେ ମୃତ, ୪ ଗୁରୁତର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଆଟଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କର ହତ୍ୟା ହୋଇଛି।  ଆଠଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଶ୍ୟାମ ବାଗ। ଏଥି‌ରେ ଉଭୟ ପକ୍ଷର ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ପୁଲିସ ଭୀମ ଭୋଇ ମେଡିକାଲ୍ କଲେଜ ସହ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରିଛି । ଏଥେ ତୁଷୁରା ଥାନା ପୁଲିସଘଟଣାର ତଦନ୍ତ ଜାରି ରଖିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking