26.1 C
Bhubaneswar
Tuesday, December 23, 2025
Homeଓଡିଶାନୂତନ ପ୍ରଭାରୀଙ୍କ ସହ ଜିଲ୍ଲା କଂଗ୍ରେସ ପକ୍ଷରୁ ସାଂଗଠନିକ ଆଲୋଚନା

ନୂତନ ପ୍ରଭାରୀଙ୍କ ସହ ଜିଲ୍ଲା କଂଗ୍ରେସ ପକ୍ଷରୁ ସାଂଗଠନିକ ଆଲୋଚନା

ଯାଜପୁର: ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଅଖିଳ ଭାରତୀୟ କଂଗ୍ରେସ କମିଟିର ଓଡିଶା ରାଜ୍ୟର ନୂତନ ପ୍ରଭାରୀ ଭାବେ ନିଯୁକ୍ତ ଅଜୟ କୁମାର ଲଲ୍ଲୁଙ୍କ ସହ ସାକ୍ଷାତ କରି ଜିଲ୍ଲାର ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ସ୍ଥିତି ଏବଂ ବୁଥ ସ୍ତରରେ ଦଳକୁ ସୁସଂଗଠିତ ଏବଂ ମଜବୁତ କରିବା ପାଇଁ ବିଭିନ୍ନ ଆଲୋଚନା କରିଥିଲେ । ବିଗତ ସାଧାରଣ ନିର୍ବାଚନେରେ କଂଗ୍ରେସ ଦଳର ପ୍ରାର୍ଥୀମାନେ ଘୋର ଆର୍ଥିକ ସଂକଟ ର ସାମ୍ନା କରିବା ସହିତ ପ୍ରଚାର କ୍ଷେତ୍ରରେ ମଧ୍ୟ ରାଜ୍ୟ କ୍ୟାମ୍ପନିଂ କମିଟି ଏବଂ କେନ୍ଦ୍ର ଓ ରାଜ୍ୟ ସ୍ତରୀୟ ବରିଷ୍ଠ ନେତୃବୃନ୍ଦ ଯାଜପୁରରେ ସେଭଳି ପ୍ରକାରର ସମାବେଶ ନକରିବାରୁ ସାଧାରଣ ଲୋକମାନେ କଂଗ୍ରେସ ଦଳର ବିଭିନ୍ନ ଉପାଦେୟତା ବିଷୟରେ ଜାଣିବାର ସୁଯୋଗ ରହିଲାନି । ଜିଲ୍ଲାକମିଟି,ଜୋନ କମିଟି,ପଂଚାୟତ ଓ ପୌରପାଳିକା କମିଟି ସହିତ ବୁଥ କମିଟିରେ ବରିଷ୍ଠ ନେତାମାନେ ଯୁବ କଂଗ୍ରେସ,ମହିଳା କଂଗ୍ରେସ ଏବଂ ଛାତ୍ର କଂଗ୍ରେସ ଏବଂ ସମସ୍ତ କଂଗ୍ରେସ କର୍ମୀମାନଙ୍କୁ ନେଇ କମିଟି ଗଠନ କରି ବାରମ୍ବାର ବୈଠକ କଲେ କଂଗ୍ରେସ ପୁଣି କ୍ଷମତାକୁ ଫେରି ଆସିବ ବୋଲି ଜିଲ୍ଲାର ବରିଷ୍ଠ ନେତୃବୃନ୍ଦମାନେ ମତ ରଖିଥିଲେ । ଏହି ସାକ୍ଷାତ ଆଲୋଚନାରେ ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ଓଡିଶା ଆଇଏନଟିୟୁସିର ସଭାପତି ରାମଚନ୍ଦ୍ର ଖୁଂଟିଆ,ପୂର୍ବତନ ଏଆଇସିସି ସଂପାଦକ ଶରତ ରାଉତ, ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ,କଂଗ୍ରେସ ନେତା ସନ୍ତୋଷ ନନ୍ଦ, ସୁଦିପ କୁମାର କର,ଅଜୟ କୁମାର ସାମଲ,କିଷାନ ପଣ୍ଡା,ପଦ୍ମାକର ଗୁରୁ,ମଧୁସ୍ମିତା ଆଚାର୍ଯ୍ୟ,ଚିନ୍ମୟ ବେହୁରା,କନକଲତା ମଲିକ, ଦୁର୍ଯ୍ୟୋଧନ ବେହେରା,ଶ୍ରୀନାଥ ମିଶ୍ର,ଦେବେନ୍ଦ୍ର ପଣ୍ଡା,ବିଦ୍ୟାଧର ମହାନ୍ତି,ରାଇଚରଣ ମହାନ୍ତି,ଆଲୋକ ବେହେରା,ଶୁଭେନ୍ଦୁ ମହାନ୍ତି,ମନୋରଂଜନ ଦାସ, ଭାସ୍କର ମହାନ୍ତି,ଗଦାଧର ଦାସ,ସାଗର ପରିଡା,ଅପୂର୍ବ ସାମଲ,ହରିହର ସାହୁ, ଅଜୟ ଜେନା,ପ୍ରଫୁଲ ସାମଲ, ରଣଜିତ ରାଜ,ସୁରେଶ ସାହାଣୀ, ପ୍ରକାଶ ସାମଲ,ବିଶାଳ ରାଉତରାୟ,ହୃଷିକେଶ ପତି, ରାଜୀବ ମହାପାତ୍ର,ସଂଗ୍ରାମ ଜେନା,ନିକୁଂଜ ସାମଲ,ପୟଧର ରାୟ,ସଂଗ୍ରାମ ସାହାଣୀ,ମାନସ କର, ଅକ୍ଷୟ ଶତପଥୀ,ଗୋବିନ୍ଦ ସାହୁ,ଅନିଲ ମହାନ୍ତି,ମିହିର ମିଶ୍ର ଓ ଦେବାଶିଷ ସାମନ୍ତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking