27.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଶିମଲା: ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ

ଶିମଲା: ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ

ଶିମଲା: ଶିମଲା ସହରର କାଚିଘାଟି ଅଞ୍ଚଳରେ ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମହାରାଷ୍ଟ୍ରର ତିନି ଜଣ ପର୍ଯ୍ୟଟକ ପୋଡ଼ି ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି, ଏନେଇ ପୋଲିସ ଶନିବାର ଦିନ ସୂଚନା ଦେଇଛି ।ଶୁକ୍ରବାର ରାତି ପ୍ରାୟ ୧୧.୩୦ ସମୟରେ ଅଗ୍ନିକାଣ୍ଡ ଘଟିବା ସମୟରେ ମହାରାଷ୍ଟ୍ରର ତିନି ଜଣ ପର୍ଯ୍ୟଟକ ଶୋଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ଖସି ପଳାଇଥିଲେ ମଧ୍ୟ, ମହାରାଷ୍ଟ୍ରର କୋରେଗାଓଁର ବାସିନ୍ଦା ରିତେଶ ନିଆଁରେ ପ୍ରାଣ ହରାଇଥିଲେ ବୋଲି ସେମାନେ କହିଛନ୍ତି । ଅଗ୍ନିକାଣ୍ଡରେ ଆହତ ମାନେ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେ ତିନିଜଣ ଶୁକ୍ରବାର ସିମଲା ଆସିଥିଲେ ଏବଂ ଏକ ହୋଟେଲରେ ରହିଥିଲେ । ଘଟଣାସ୍ଥଳକୁ ଦମକଳ ଗାଡ଼ି ଆସି ନିଆଁ କୁ ଆୟତ୍ତ କରିଥିଲା । ଅନ୍ୟ କୋଠରୀରେ ରହୁଥିବା ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ହୋଟେଲର ତିନୋଟି କୋଠରୀ ନିଆଁରେ ପୋଡ଼ି ଯାଇଥିଲା ଏବଂ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି କ୍ଷତି ହୋଇଥିଲା ବୋଲି ପୋଲିସ କହିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମାଲିକଙ୍କ ଅବହେଳା ଯୋଗୁଁ ମୃତକଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଛି । ପୋଷ୍ଟମର୍ଟମ ପରେ ମୃତଦେହକୁ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking