18.1 C
Bhubaneswar
Saturday, December 6, 2025
Homeଓଡିଶାମହାନତା ଦେଖାଇଲେ ତିନି ଭଉଣୀ

ମହାନତା ଦେଖାଇଲେ ତିନି ଭଉଣୀ

ଭୁବନେଶ୍ୱର: ମହାନତା ଦେଖାଇଲେ ତିନି ଭଉଣୀ । ନିଜ କୋଟିକୋଟି ଟଙ୍କାର ସମ୍ପତ୍ତିକୁ ମେଳଣ କମିଟିକୁ କଲେ ଦାନ । ତିନି ଭଉଣୀଙ୍କ ନିସ୍ଵାର୍ଥ ପର ମନୋବୃତ୍ତି ପାଇଁ ସବୁ ମହଲରେ ଛୁଟିଛି ପ୍ରଶଂସାର ସୁଅ । ନିଜର ୩୫ ଡ଼ିସିମିଲ ସମ୍ପତ୍ତିକୁ ହସିହସି ଦାନ କରି ଦେଲେ ତିନି ଭଉଣୀ । ପ୍ରାୟ ୩କୋଟି ରୁ ଉର୍ଦ୍ଧ୍ବ ମୂଲ୍ୟର ମୂଲ୍ୟବାନ ସମ୍ପତ୍ତି କୁ ପଞ୍ଚୁ ଦୋଳ ମେଳଣ କମିଟିକୁ ଦାନ କରି ନିଜର ମହାନତା ଦେଖାଇଛନ୍ତି । ପିପିଲି ଅଞ୍ଚଳ ସୁଶୀଲ ଆଡ଼ିଆଙ୍କ ତିନି ଝିଅ ରୀନା ପାଲ, ସ୍ମିତା ଭଟାଚାର୍ଯ୍ୟ, ଅନିତା ଦେ ନିଜର ସମ୍ପତ୍ତିକୁ ପଞ୍ଚୁ ଦୋଳ ମେଳଣ କମିଟିକୁ ଦାନ କରି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ସୂଚନାଥାଉକି ପିପିଲି ପଞ୍ଚୁ ଦୋଳ କମିଟି ପ୍ରାୟ ଦେଢ଼ ଶହ ବର୍ଷ ପୁରୁଣା ହୋଇଥିଲା ବେଳେ ଏହି ମେଳଣ ପଡିଆ ଉକ୍ତ ତିନି ଭଉଣୀ ଙ୍କର ପୈତୁକ ସମ୍ପତ୍ତି ଥିଲା । ମେଳଣର ଭବିଷ୍ୟତ କାମନା କରି ତିନି ଭଉଣୀ ଙ୍କ ଏଭଳି ନିଆରା ଉଦ୍ୟମ ଓଡ଼ିଆ କଳା ସଂସ୍କୃତି କୁ ବଜାୟ ରଖିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking