22.1 C
Bhubaneswar
Friday, December 26, 2025
Homeଦେଶ ବିଦେଶଓଡ଼ିଆ ମହିଳାଙ୍କୁ ନିଜ ସ୍ବାମୀଙ୍କ ଆଗରେ ଦୁଷ୍କର୍ମ

ଓଡ଼ିଆ ମହିଳାଙ୍କୁ ନିଜ ସ୍ବାମୀଙ୍କ ଆଗରେ ଦୁଷ୍କର୍ମ

ନୂଆଦିଲ୍ଲୀ : ତାମିଲନାଡୁରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଓଡ଼ିଆ ମହିଳାଙ୍କୁ ବନ୍ଧୁକ ମୁନରେ ତାଙ୍କ ସ୍ବାମୀଙ୍କ ଆଗରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ବିହାରର ୩ ଜଣ ଶ୍ରମିକ ଏହି କାଣ୍ଡ ରଚିଥିବା ଅଭିଯୋଗ ହୋଇଛି। ତିରୁପୁରୁ ନର୍ଥ ଅଲ୍‌-ୱମ୍ୟାନ୍‌ ପୁଲିସ୍‌ ମଙ୍ଗଳବାର ରାତିରେ ୩ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ସୂତ୍ରରୁ ଜାଣିବାକୁ ମିଳିଛି ଯେ ମହିଳା ଜଣକ ତାଙ୍କ ସ୍ବାମୀ ଓ ୩ ବର୍ଷର ପିଲାକୁ ନେଇ ଫେବ୍ରୁଆରି ୧୭ ତାରିଖ ରେ ତିରୁପୁର ଯାଇଥିଲେ । ସେ ସେଠାକୁ ନିଜ ପାଇଁ ଚାକିରି ଖୋଜିବାକୁ ଯାଇଥିଲେ ବୋଲି ଜାଣିବାକୁ ମିଳିଛି । ସେମାନେ ତିରୁପୁର ଷ୍ଟେସନ୍ ନିକଟସ୍ଥ ଜଙ୍କ୍‌ସନ୍‌ରେ ଛିଡ଼ା ହୋଇଥିବା ବେଳେ ୩ ଅଭିଯୁକ୍ତ ମହମ୍ମଦ ନଦିମ, ମହମ୍ମଦ ଦାନିସ୍‌ ଓ ମହମ୍ମଦ ମୁର୍‌ସିତ୍‌ ସେମାନଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ନିଜ ସାଙ୍ଗରେ ନେଇ ଯାଇଥିଲେ । ଅଭିଯୁକ୍ତମାନେ ପୀଡ଼ିତା ଓ ତାଙ୍କ ସ୍ବାମୀଙ୍କୁ ସେଠାରେ ରାତିରେ ରହିବାକୁ କହିଲେ । ସେମାନେ ରାତିରେ ରହିବାକୁ ୩ ଶ୍ରମିକ ପୁରୁଷ ଜଣଙ୍କୁ ଏକ ଦୌଡ଼ିରେ ବାନ୍ଧି ଦେଇ ତାଙ୍କ ସମ୍ମୁଖରେ ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିଲେ। ଯଦି ସେମାନେ ଏ ସଂପର୍କରେ ପୁଲିସ୍‌ରେ ଜଣାନ୍ତି ତ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking