25.1 C
Bhubaneswar
Friday, March 20, 2026
Homeଦେଶ ବିଦେଶଅଗଷ୍ଟା ୱେଷ୍ଟଲାଣ୍ଡ ଲାଞ୍ଚ ମାମଲା; ଅଭିଯୁକ୍ତ ମିସେଲ ଜେମ୍ସକୁ ଜାମିନ ଦେଲେ ସୁପ୍ରିମକୋର୍ଟ

ଅଗଷ୍ଟା ୱେଷ୍ଟଲାଣ୍ଡ ଲାଞ୍ଚ ମାମଲା; ଅଭିଯୁକ୍ତ ମିସେଲ ଜେମ୍ସକୁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କ୍ରୟ ଦୁର୍ନୀତିର ଅଭିଯୁକ୍ତ କ୍ରିଷ୍ଟିଆନ୍ ମିସେଲ ଜେମ୍ସକୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ଦୁର୍ନୀତି ମାମଲାରେ କୋର୍ଟ ମିସେଲଙ୍କୁ ମଙ୍ଗଳବାର ଜାମିନ ପ୍ରଦାନ କରିଛନ୍ତି। ୬ ବର୍ଷ ଜେଲରେ ରହିବା ଆଧାରରେ କୋର୍ଟ ମିସେଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତେବେ ଏହି ଅବସରରେ ଖଣ୍ଡପୀଠ କହିଛନ୍ତି ଯେ ମିସେଲ ନିଜ ପାସପୋର୍ଟ ନବୀକରଣ କରିବା ପରେ ଏହାକୁ ଆତ୍ମସମର୍ପଣ କରିବାକୁ ପଡ଼ିବ।

ପୂର୍ବରୁ ସୁପ୍ରିମକୋର୍ଟ ମିସେଲ ଜେମ୍ସଙ୍କ ଜାମିନ ଆବେଦନକୁ ଖାରଜ କରି କହିଥିଲେ ଯେ, ମିସେଲ ଜେମ୍ସ ତାଙ୍କର ଅଧା ଦଣ୍ଡାଦେଶ କାଟିସାରିଥିବାରୁ ତାଙ୍କୁ ଜାମିନରେ ମୁକ୍ତ କରାଯିବା ଉଚିତ୍ ବୋଲି ଯୁକ୍ତିକୁ କଦାପି ଗ୍ରହଣ କରାଯାଇପାରିବ ନାହିଁ। ଜେମ୍ସ ସିଆରପିସିର ଧାରା ୪୩୬-ଏ ଅନୁଯାୟୀ ଜାମିନ ଆବେଦନ କରିଥିଲେ। ସୂଚନାଯୋଗ୍ୟ, ୩୬୦୦ କୋଟି ଟଙ୍କାର ଅଗସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର (୧୨ଟି) କିଣା ଦୁର୍ନୀତି ମାମଲାରେ ମଧ୍ୟସ୍ଥି ସାଜିଥିଲେ କ୍ରିଷ୍ଟିଆନ୍ ମିସେଲ ଜେମ୍ସ। ତେବେ ଏହି ମାମଲାରେ ସେ ଅଭିଯୁକ୍ତ ଭାବେ ଦୀର୍ଘ ୬ ବର୍ଷ ଧରି ଭାରତୀୟ ଜେଲ୍‌ରେ କଏଦୀ ଭାବେ ଜୀବନ କାଟୁଛନ୍ତି। ଏହି ମାମଲାର ତଦନ୍ତ ସିବିଆଇ କରୁଛି। ୨୦୧୮ରୁ ତାଙ୍କୁ ୟୁଏଇରୁ ପ୍ରତ୍ୟର୍ପଣ କରାଯାଇ ଭାରତ ଅଣାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking