23.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଭାରତକୁ ଆମେରିକାର ଛାଟ

ଭାରତକୁ ଆମେରିକାର ଛାଟ

ନୂଆଦିଲ୍ଲୀ: ଆମେରିକା ଭାରତ ସମେତ ଅନେକ ଦେଶ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଲନ ମସ୍କଙ୍କ ନେତୃତ୍ୱାଧୀନ ବିଭାଗ (ଆମେରିକା ସରକାରୀ ଦକ୍ଷତା ବିଭାଗ) ଭାରତରେ ‘ଭୋଟର ଟର୍ନଆଉଟ୍‌’ ପାଇଁ ଲକ୍ଷ୍ୟ ରଖାଯାଇଥିବା ୨୨ ନିୟୁତ ଆମେରିକୀୟ ଡଲାର ପାଣ୍ଠିକୁ ବାତିଲ କରିବା ନେଇ ଘୋଷଣା କରିଛି। ଆମେରିକାର ସରକାରୀ ଦକ୍ଷତା ବିଭାଗ ‘ଏକ୍ସ’ ରେ କହିଛି ଯେ ଆମେରିକୀୟ କରଦାତାଙ୍କ ଟଙ୍କା ଖର୍ଚ୍ଚ ହେବାକୁ ଥିବା ସମସ୍ତ ପ୍ରକଳ୍ପକୁ ବାତିଲ କରାଯାଇଛି।

ଆମେରିକା ବିଭାଗ ଦ୍ୱାରା ବାତିଲ କରାଯାଇଥିବା ଅନ୍ୟାନ୍ୟ ପାଣ୍ଠିରେ ଅନେକ ଜିନିଷ ଅନ୍ତର୍ଭୁକ୍ତ ରହିଛି। ଆମେରିକା ବିଭାଗର ଏହି ଟୁଇଟ୍‌ ଉପରେ ଭାଜପା ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି, ଭୋଟର ଟର୍ନଆଉଟ୍‌ ପାଇଁ ୨୧ ନିୟୁତ ଡଲାର? ଏହା ନିଶ୍ଚିତ ଭାବରେ ଭାରତର ନିର୍ବାଚନ ପ୍ରକ୍ରିୟାରେ ବାହ୍ୟ ହସ୍ତକ୍ଷେପ। ଏଥିରୁ କିଏ ଲାଭ ପାଏ? ନିଶ୍ଚିତ ଭାବରେ ଶାସକ ଦଳ ନୁହେଁ! ଭାରତ ବ୍ୟତୀତ ଅନ୍ୟ ଦେଶରେ ମଧ୍ୟ ‘ଭୋଟର ଟର୍ନଆଉଟ୍‌’ ପାଣ୍ଠି ହ୍ରାସ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking