19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶକେଜ୍ରିୱାଲ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ!

କେଜ୍ରିୱାଲ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ହାରିବା ପରେ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ଏବେ ପରାଜୟର କାରଣ ଖୋଜିବାରେ ଲାଗିଛି। ଦଳ ପକ୍ଷରୁ ଏବେ ଘନଘନ ବୈଠକ କରାଯାଉଛି ଏବଂ ପରାଜୟ ସମ୍ପର୍କରେ ମାନସମନ୍ଥନ କରାଯାଉଛି। ଏସବୁ ମଧ୍ୟରେ ପଞ୍ଜାବରୁ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ଅରବିନ୍ଦ କେଜ୍ରିୱାଲ୍ ଏବେ କୁଆଡେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ। ବର୍ତ୍ତମାନ ସମୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା ଭଗୱନ୍ତ ସିଂ ମାନ୍ କେଜ୍ରିୱାଲ୍‌ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। କେଜ୍ରିୱାଲ୍ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବ୍ୟକ୍ତିଗତ ଭାବେ ମଧ୍ୟ ପରାଜିତ ହୋଇଛନ୍ତି। ଅନ୍ୟପକ୍ଷେ ତାଙ୍କ ବିରୋଧରେ ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ବ୍ୟାପକ ଅର୍ଥ ହେରଫେରଜନିତ ମାମଲା ମଧ୍ୟ ରହିଛି।

ଯଦି ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରେ ଆସୀନ ହେଉଛନ୍ତି ତେବେ ହୁଏତ ତାଙ୍କୁ ପୁଣିଥରେ ଜେଲ୍ ଯିବା ସାମାନ୍ୟ ବିଳମ୍ବ ହୋଇପାରେ। କେବଳ ଏହି କାରଣରୁ ହିଁ ସେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି। ଏହାପରେ ସେ ସେଠାରେ ବିଧାନସଭା ଉପନିର୍ବାଚନ ଲଢ଼ିବେ। ବର୍ତ୍ତମାନ ଲୁଧିଆନା ୱେଷ୍ଟ ଆସନ ଖାଲି ପଡ଼ିଛି। ୨୦୨୨ରେ ଏଠାରେ ଆପ୍ ଟିକେଟରେ ଗୁରପ୍ରୀତ ବାସି ଗୋଗି ବିଜୟୀ ହୋଇଥିଲେ। କିନ୍ତୁ ତାଙ୍କ ଦେହାନ୍ତ ଯୋଗୁ ଏହି ଆସନ ଖାଲି ପଡ଼ିଛି। ସୁତରାଂ ଖୁବଶୀଘ୍ର ଏଠାରେ ଉପନିର୍ବାଚନ ହୋଇପାରେ। ଏହି ଉପନିର୍ବାଚନରେ କେଜ୍ରିୱାଲ ଆପ୍‌ରୁ ଲଢ଼ି ବିଧିବଦ୍ଧ ଭାବେ ପଞ୍ଜାବ ସରକାରରେ ସାମିଲ ହେବେ ବୋଲି କୁହାଯାଉଛି। କିନ୍ତୁ ଦଳ ପକ୍ଷରୁ କିମ୍ବା ପଞ୍ଜାବ ସ୍ଥିତ ଆପ୍ ୟୁନିଟ୍ ପକ୍ଷରୁ ଏନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking