27.1 C
Bhubaneswar
Thursday, March 19, 2026
Homeଓଡିଶା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

 ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ଜନ ସାଧାରଣଙ୍କୁ ହାତ ପାଆନ୍ତାରେ ସେମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଓ ସମସ୍ୟା ଗୁଡ଼ିକୁ ସମାଧାନ କରି ସେମାନଙ୍କୁ ଉପଯୁକ୍ତ ନ୍ୟାୟ ଓ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସ୍ତରରୁ, ଜିଲ୍ଲା,ବ୍ଲକ ଏବଂ ଗ୍ରାମ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଇ ଜନ ସାଧାରଣଙ୍କ ଆପତ୍ତି ଅଭିଯୋଗ ଗୁଡ଼ିକୁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ସମାଧାନ କରାଯାଉଅଛି। ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜନ ସାଧାରଣଙ୍କୁ ତ୍ୱରିତ ସେବା ପ୍ରଦାନ କରିବାରେ ଏକ ବଳିଷ୍ଠ ମାଧ୍ୟମ ଅଟେ l

ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ୱିତ କରି ସମସ୍ତ ଅଧିକାରୀ ନିଷ୍ଠା ଓ ଆନ୍ତରିକତା ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ସମାଜର ତୃଣମୂଳ ସ୍ତରରୁ ଆସୁଥିବା ଅଭିଯୋଗ ଗୁଡ଼ିକୁ ସମାଧାନ କରିବାକୁ ଆଜି ପୂର୍ବାହ୍ନରେ ବାଲିପାଟଣା ବ୍ଲକ ଅନ୍ତର୍ଗତ ଭାକର ସାହି ଗ୍ରାମ ପଞ୍ଚାୟତ ପରିସରରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟେଟ ଶ୍ରୀ ଚଞ୍ଚଳ ରାଣା ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି। ମିଳିତ ଜନ ଅଭିଯୋଗ ପ୍ରକୋଷ୍ଠରୁ ପଠାଯାଉଥିବା ଅଭିଯୋଗ ଦରଖାସ୍ତ ଗୁଡ଼ିକ ଉପରେ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ଗ୍ରହଣ କରି ତୁରନ୍ତ ସମାଧାନ ସହ ଜିଲ୍ଲା ପ୍ରଶାସନକୁ ଜଣାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଅଭିଯୋଗ ପ୍ରକୋଷ୍ଠରେ ସମୁଦାୟ96 ଗୋଟି ଦରଖାସ୍ତ ଆସିଥିବା ବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ 74 ଓ ଗ୍ରାମ ସମସ୍ୟା ଜନିତ 15 ଗୋଟି ଅଭିଯୋଗ ଥିଲା। ଅଭିଯୋଗ ପ୍ରକୋଷ୍ଠରେ 6 ଗୋଟି ଅଭିଯୋଗ ର ତ୍ୱରିତ ଶୁଣାଣି କରି ସମାଧାନ କରାଯାଇଥିଲା । ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ 2 ଜଣ ଦିବ୍ୟାଙ୍ଗ ଦୁଃଶାସନ ସାହୁ, ବାକ ସାହି ଏବଂ ବାବାଜି ସାହୁ, ଅମଣା କୁଦ ଙ୍କୁ ଜିଲ୍ଲାପାଳ ଆଶା ବାଡ଼ି ପ୍ରଦାନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପରାମର୍ଶ ଦେବାସହ ଅନ୍ୟ ଏକଜଣ ଅଭିଯୋଗକାରିଙ୍କୁ ସି ଏମ ଆର ଏଫ ରିଲିଫ ପାଣ୍ଠିରୁ 5000 ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ l

ଜିଲ୍ଲା ପ୍ରଶାସନର ଆଜିର ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ଶ୍ରୀ ରୁଦ୍ର ନାରାୟଣ ମହାନ୍ତି , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ,ଖୋର୍ଦ୍ଧା ଶ୍ରୀ ଜ୍ୟୋତି ଶଙ୍କର ସାହୁ,ଉପଜିଲାପାଳ, ଭୁବନେଶ୍ୱର ଡ଼.ମନୋରଞ୍ଜନ ସାହୁ, ଅତିରିକ୍ତ ଡ଼ି ସି ପି ଭୁବନେଶ୍ୱର ତଥା ଏ ସି ପି ଜୋନ -1 ଶ୍ରୀ ସୁନାରାମ ହେମ୍ବ୍ରମ ,ବି ଡିଓ,ବାଲିପାଟଣା ଶ୍ରୁତି ପ୍ରଜ୍ଞା ଭଞ୍ଜ,,ତହସିଲଦାର, କଳ୍ପନା ଦାସ , ଡେପୁଟି କଲେକ୍ଟର, ଜରୁରୀ, ଶ୍ରୀତପା ମିଶ୍ର,ସହକାରୀ ଜିଲ୍ଲାପାଳ, ଅଭିଯୋଗ ଭୁବନେଶ୍ୱରୀ କଅଁର,ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ବରିଷ୍ଠ ଅଧିକାରୀ ଏବଂ ଯନ୍ତ୍ରୀ ମାନେ ଯୋଗଦେଇ ଥିଲେ।ଆଜିର ଅଭିଯୋଗ ପ୍ରକୋଷ୍ଠକୁ ସାମାଜିକ ସୁରକ୍ଷା ଓ ନିରାପତ୍ତା, ଶିକ୍ଷା, ଜିଲ୍ଲାନିବନ୍ଧକ, ସମବାୟ ସମିତି, ଜରୁରୀ ବିଭାଗ, ଜିଲ୍ଳା ସମାଜ କଲ୍ୟାଣ ବିଭାଗ, କୃଷି, କର୍ମ ନିୟୋଜନ, ଶ୍ରମ ବିଭାଗ,ଶିଶୁ ସୁରକ୍ଷା ବିଭାଗ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ସ୍ୱାସ୍ଥ୍ୟ ବିଭାଗ ସେବା ଜନିତ ଦରଖାସ୍ତ ଗୁଡିକ ମୁଖ୍ୟତ ଥିଲା l ପରେ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରା଼ଣା ପଂଚାୟତ କାର୍ଯ୍ୟାଳୟ ପରିସରରେ ଦିନ ଦୟାଲଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା, ଏସ ଏଚ ଜି ହସ୍ତକଳା ଶିଳ୍ପ, ସ୍ୱାସ୍ଥ୍ୟ, ମନରେଗା, ସୁଭଦ୍ରା, ସୁପୋଷିତ ଭାରତ, ସ୍ୱାକ୍ଷର ଭାରତ, ସଶକ୍ତ ଭାରତ, ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ,ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୁଷ୍ଟି ଯୋଜନା,ଏକ ଦିବସୀୟ ମଣ୍ଡଳ ସ୍ତରୀୟ ଓଜନ ଓ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ଆଦି ଯୋଜନା ଷ୍ଟଲ ଗୁଡିକୁ ବୁଲି ଦେଖିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking