27.1 C
Bhubaneswar
Friday, December 19, 2025
Homeଓଡିଶାଜାତୀୟ ମହିଳା କମିଶନଙ୍କ ତରଫରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ମହିଳା ଜନ ଶୁଣାଣି କାର୍ଯ୍ୟକ୍ରମ

ଜାତୀୟ ମହିଳା କମିଶନଙ୍କ ତରଫରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ମହିଳା ଜନ ଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ୱର:  ମହିଳାମାନଙ୍କୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ, ଜାତୀୟ ମହିଳା ଆୟୋଗ “ଜାତୀୟ ମହିଳା କମିଶନ – ଆପଣଙ୍କ ଦ୍ୱାରରେ” ଶୀର୍ଷକ ଏକ ଜନ ଶୁଣାଣି ଆୟୋଜନ କରୁଛନ୍ତି । ଏହି ଜନଶୁଣାଣି ୧୧ ଫେବୃଆରୀ, ୨୦୨୫ ଦିନ ଅପରାହ୍ନ ୨:୦୦ ଟାରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ର ଏକାମ୍ର ହଲ୍ ରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବିଜୟା ରାହଟକରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ।

ମହିଳାମାନଙ୍କ ସହ ଜଡିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜାତୀୟ ମହିଳା କମିଶନ ଦ୍ୱାରା ଆୟୋଜିତ ଏହି ଜନଶୁଣାଣିରେ ଜିଲ୍ଲା ମାଜିଷ୍ଟ୍ରେଟ, ପୋଲିସ ଅଧୀକ୍ଷକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିବେ। ଭୁବନେଶ୍ୱର ଏବଂ ଆଖପାଖ ସମସ୍ତ ସହରର ମହିଳାମାନେ କୌଣସି ପ୍ରକାରର ସମସ୍ୟାରେ ପୀଡିତ ଥିଲେ, ସେମାନେ ଏହି ଜନଶୁଣାଣିରେ ଅଂଶଗ୍ରହଣ କରି ନିଜର ସମସ୍ୟା ଆୟୋଗଙ୍କ ନିକଟରେ ଉପସ୍ଥାପନ କରିବାକୁ ଜାତୀୟ ମହିଳା କମିଶନ ପକ୍ଷରୁ ଅନୁରୋଧ । ମହିଳାମାନଙ୍କ ସହ ଜଡିତ ବିଚାରାଧୀନ ମାମଲାଗୁଡ଼ିକର ସମାଧାନ କରିବା ଏବଂ ଯଥାସମ୍ଭବ ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ଯୋଗାଇବା ଏହି ଜନଶୁଣାଣିର ଉଦ୍ଦେଶ୍ୟ। ଶୁଣାଣି ସମ୍ବନ୍ଧୀୟ ଯେକୌଣସି ସୂଚନା ପାଇଁ ଶ୍ରୀଯୁକ୍ତ ଗୁଞ୍ଜନ ସିଂହ (୭୦୧୧୯୭୨୮୬୨)ଙ୍କ ସହିତ ଯୋଗାଯୋଗ କରିବାକୁ ଜାତୀୟ ମହିଳା କମିଶନ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking