15.1 C
Bhubaneswar
Monday, February 9, 2026
Homeଓଡିଶାକଥାଦେଇ କଥା ରଖିଲେ ମୋହନ ସରକାର

କଥାଦେଇ କଥା ରଖିଲେ ମୋହନ ସରକାର

ଯାଜପୁର:କଥାଦେଇ କଥା ରଖିଲେ ମୋହନ ସରକାର। କହିଥିଲେ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ 50ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଯାଜପୁରର ବ୍ୟାସନଗର ଚାନ୍ଦମା ପଡ଼ିଆ ଠାରେ ଆୟୋଜିତ ଭବ୍ୟ ସମାବେଶରେ ବଟମ୍ ଟିପି ସୁଭଦ୍ରା ଯୋଜନା 1ମ କିସ୍ତିର 4ର୍ଥ ପର୍ଯ୍ୟାୟ ପାଇଁ ଅର୍ଥରାଶି ପ୍ରଦାନ କରିଛନ୍ତି। ଏହି ଯୋଜନାରେ ଆଜି ଏକକାଳୀନ ଭାବେ ରାଜ୍ୟର 18ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ମିଳିଲା ପ୍ରାୟ 900କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁଭଦ୍ରା ପ୍ରୋତ୍ସାହନ ରାଶି। ପ୍ରତି ମହିଳାଙ୍କୁ ମିଳିଲା 1ମ କିସ୍ତିର 4ର୍ଥ ପର୍ଯ୍ୟାୟ ପାଇଁ 5ହଜାର ଟଙ୍କା। ସାଧାରଣ ନିର୍ବାଚନରେ ଦେଶ ତଥା ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ପ୍ରତିଶ୍ରୁତି ରକ୍ଷା କରିଛନ୍ତି ସରକାର। ଗତ ବର୍ଷ 2024 ସେପ୍ଟେମ୍ବର 17ତାରିଖ ଅନନ୍ତ ବ୍ରତ ଦିନ ଭାରତର ଯଶସ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଓଡ଼ିଶାରେ ସୁଭଦ୍ରା ଯୋଜନା ଲୋକାର୍ପିତ ହୋଇଥିଲା। ଆଜି ମହିଳା ମାନଙ୍କୁ 1ମ କିସ୍ତିର 4ର୍ଥ ପର୍ଯ୍ୟାୟ ଟଙ୍କା ମିଳିଥିବା ବେଳେ ଆସନ୍ତା ମାର୍ଚ୍ଚ 8ତାରିଖ ବିଶ୍ଵ ମହିଳା ଦିବସରେ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ 2ୟ କିସ୍ତିର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ ମହିଳା ମାନଙ୍କ କଲ୍ୟାଣ ସାଧନ ପାଇଁ ସରକାର ଅନେକ ଯୋଜନା ହାତକୁ ନେଉଛନ୍ତି। କାରଣ ନାରୀର ବିକାଶ ହେଲେ ଦେଶର ବିକାଶ ହେବ ବୋଲି ଯୁକ୍ତି ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ ଏହି ସମାବେଶରେ ହଜାର ହଜାର ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking