21.1 C
Bhubaneswar
Wednesday, February 11, 2026
Homeଓଡିଶାସରସ୍ୱତୀ ପୂଜାରେ ଉତ୍ସବମୁଖର ଶିକ୍ଷାନୁଷ୍ଠାନ

ସରସ୍ୱତୀ ପୂଜାରେ ଉତ୍ସବମୁଖର ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର : ଆଜି ସରସ୍ୱତୀ ପୂଜା ।  ଶିକ୍ଷାନୁଷ୍ଠାନଗୁଡ଼ିକ ଉତ୍ସବମୁଖର ହୋଇଥିବାର ପରିଲକ୍ଷିତ ହୋଇଛି। ସକାଳୁ ସକାଳୁ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ନିଜ ନିଜ ଶିକ୍ଷାନୁଷ୍ଠାନରେ ପହଞ୍ଚିଥିବା ଜଣାଯାଇଛି। ଗତକାଲିଠାରୁ ସରସ୍ବତୀ ପୂଜା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ସଜାଯାଇଛି। ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଉତ୍ସାହ ବହୁଗୁଣିତ ହୋଇଥିବା ପରିଲକ୍ଷିତ ହୋଇଛି। ଏହାଛଡ଼ା ଉଦଳାଠାରେ ଥିବା ମା’ ବାଗଦେବୀଙ୍କ ମନ୍ଦିରରେ ବି ବିଶେଷ ପୂଜାର୍ଚ୍ଚନା ଚାଲିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ  ଶ୍ରୀମନ୍ଦିରରେ କେଉଁ ତାରିଖରେ ସରସ୍ବତୀ ପୂଜା ଅନୁଷ୍ଠିତ ହେବ ସେନେଇ ଦ୍ବନ୍ଦ୍ବ ଉପୁଜିଥିଲା। ହେଲେ ଅବଶେଷରେ ଫେବ୍ରୁଆରି ୨ ତାରିଖରେ ଶ୍ରୀପଞ୍ଚମୀ ନୀତି ଓ ସରସ୍ବତୀ ପୂଜା ଅନୁଷ୍ଠିତ ହେବ ବୋଲି ଜଣାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking