31.1 C
Bhubaneswar
Friday, March 27, 2026
Homeଓଡିଶାଟ୍ରକ୍ ଧକ୍କାରେ ବାପପୁଅଙ୍କ ମୃତ୍ୟୁ

ଟ୍ରକ୍ ଧକ୍କାରେ ବାପପୁଅଙ୍କ ମୃତ୍ୟୁ

କେନ୍ଦୁଝର : ଘଟଗାଁ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ନିକଟସ୍ଥ ସାନବରବେଡ଼ା ପାଖରେ ଗତକାଲି ସନ୍ଧ୍ୟାରେ ପୁଣି ଏକ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଟ୍ରକ୍ ଧକ୍କାରେ ବାଇକ୍‌ରେ ଥିବା ବାପପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ଆହାରଦାର ଦିଲ୍ଲୀପ ଭଟ୍ଟାଚାର‌୍ୟ୍ୟ ଓ ତାଙ୍କ ପୁଅ ପ୍ରୀତମ ଭଟ୍ଟାଚାର‌୍ୟ୍ୟ। ଉଭୟ ଏକ ବାଇକ୍‌ରେ କେନ୍ଦୁଝରରୁ ନିଜ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଟୋଲ୍‌ପ୍ଲାଜା ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଦୁଇଟି ମୃତଦେହ ଉଦ୍ଧାର କରି ଘଟଗାଁ ଡାକ୍ତରଖାନା ନେଇଛନ୍ତି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ପଛରେ ଏକ କାର୍‌ ଧକ୍କା ହେବାରୁ ସେଥିରେ ଥିବା ଦୁଇଜଣ ଆହତ ହୋଇଛନ୍ତି। ସେମାନଙ୍କ ପରିଚୟ ମିଳିପାରିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking