21.1 C
Bhubaneswar
Tuesday, January 28, 2025
Homeଓଡିଶାଶଙ୍ଖ ଭବନରେ ସାଧାରଣତନ୍ତ୍ର ଦିବସ ପାଳିତ

ଶଙ୍ଖ ଭବନରେ ସାଧାରଣତନ୍ତ୍ର ଦିବସ ପାଳିତ

ପତାକା ଉତ୍ତୋଳନ କଲେ ବିଜେଡି ସଭାପତି ନବୀନ ପଟନାୟକ.
ସାମାଜିକ ନ୍ୟାୟ ହାସଲ ଦିଗରେ ଆହୁରି ଅନେକ ବାଟ ଯିବାକୁ ଅଛି.
ଓଡିଶାବାସୀଙ୍କ ସହଯୋଗ ରେ financial health index ରେ ଓଡିଶା ସାରା ଦେଶ ରେ ଏକ ନମ୍ବର ହୋଇ ପାରିଛି.ନବୀନ ପଟନାୟକ.

ଭୁବନେଶ୍ୱର: ବିଜେଡି ର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ରେ ଆଜି ସାଧାରଣତନ୍ତ ଦିବସ ପାଳନ ହୋଇଯାଇଛି.ଏହି ଅବସରରେ ବିଜେଡି ସଭାପତି ଶ୍ରୀ ନବୀନ ପଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ.ଆୟୋଜିତ ସମାବେଶ ରେ ଉଦବୋଧନ ଦେଇ ଶ୍ରୀ ପଟନାୟକ କହିଥିଲେ ଯେ ଭାରତ ଏକ ମହାନ ଦେଶ. ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଆମ ସ୍ୱାଧୀନତା ସଂଗ୍ରାମ ସାରା ବିଶ୍ୱ କୁ ଶାନ୍ତି,ଅହିଂସା ଓ ମୈତ୍ରୀ ର ବାର୍ତ୍ତା ଦେଇଛି. ଏହି ଅବସରରେ ଆମର ସ୍ୱାଧୀନତା ସଂଗ୍ରାମୀ ମାନଂକୁ ମୋର ସମ୍ମାନ ଜଣାଉଛି.

ଆମ ସମ୍ବିଧାନ ର ଜନକ ଡ଼କ୍ଟର ବି ଆର ଆମ୍ବେଦକର ଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି. ଶ୍ରୀ ପଟନାୟକ କହିଲେ ଯେ ଆମ ସମ୍ବିଧାନ ହେଉଛି ଏକତା ର ଗ୍ରନ୍ଥ.ବହୁ ଭାଷା ଧର୍ମ ଜାତି କୁ ନେଇ ଗଠିତ ଭାରତ କୁ ଏକତା ସୂତ୍ର ରେ ବାନ୍ଧି ରଖିବାରେ ଆମ ସମ୍ବିଧାନ ସଫଳ ହୋଇଛି. Justice, liberty,fraternity and equality are the pillars of our constitution .Federalism is the bedrock of our unity.ଆମ ସମ୍ବିଧାନ ରାଜ୍ୟ ଗୁଡିକ ର ଅଧିକାର କୁ ସୁରକ୍ଷିତ ରଖିଛି.ସାମାଜିକ ନ୍ୟାୟ ପାଇଁ ଆମ ସମ୍ବିଧାନର ଗୁରୁତ୍ୱପୂର୍ଣ ନିର୍ଦେଶ .ସାମାଜିକ ନ୍ୟାୟ ଦିଗରେ ଆମକୁ ଆହୁରି ଅନେକ ବାଟ ଯିବାକୁ ଅଛି.

In the last seven decades India has scripted many success stories and odisha s contribution is no less significant.2000 ରୁ 2024 ମଧ୍ୟରେ ଓଡିଶା ବିକାଶ କ୍ଷେତ୍ରରେ ଅନେକ milestone ହାସଲ କରିଛି. ଏଵେ ଭାରତ ସରକାର ଙ୍କ ନୀତି ଆୟୋଗ ଆମ କାମକୁ ସ୍ୱୀକୃତି ଦେଇଛନ୍ତି.Financial health index କ୍ଷେତ୍ରରେ ଓଡିଶା ଏକ ନମ୍ବର ହୋଇଛି.ବିକାଶ ସବୁବେଳେ ଆମର focus ହୋଇ ରହିଛି ଓ ରହିବ.ମୋର ଅନୁରୋଧ ଆପଣ ମାନେ ଓଡିଶାବାସୀଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟନାୟକ ଆହ୍ୱାନ ଜଣାଇଥିଲେ..

ଏହି ଅବସରରେ ଶ୍ରୀ ପଟନାୟକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଏକାମ୍ର ଗାନ୍ଧୀ ସ୍ବର୍ଗତ ପଣ୍ଡିତ ରଘୁନାଥ ମହାପାତ୍ର ଙ୍କ ନାତୁଣୀ ଶ୍ରୀମତୀ ମିତ୍ରା ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ.. ବିଜେଡି ସମନ୍ୱୟ କମିଟି ର ଅଧକ୍ଷ ଶ୍ରୀ ଦେବୀପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ..
କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା .ବିଧାୟକ ଶ୍ରୀ ସୁଶାନ୍ତ ରାଉତ.ମେୟର ଶ୍ରୀମତୀ ସୁଲୋଚନା ଦାସ .ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ ବରିଷ୍ଠ ନେତା ଓ ଜନସାଧାରଣ ଯୋଗ ଦେଇଥିଲେ.

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking