16.1 C
Bhubaneswar
Saturday, December 20, 2025
Homeଓଡିଶାପଛୁଆବର୍ଗଙ୍କ ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରାଯାଉ

ପଛୁଆବର୍ଗଙ୍କ ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରାଯାଉ

ଭୁବନେଶ୍ୱର : ରାଜ୍ୟର ପଛୁଆବର୍ଗ ତଥା ଜନସଂଖ୍ୟାର ଅର୍ଦ୍ଧେକଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରୀ ତୁରନ୍ତ ପ୍ରଦାନ କରାଯାଉ। ସାରା ଦେଶରେ ଜାତିଭିତ୍ତିକ ଜନଗଣନା କରାଯାଉ । ଆଗାମୀ ଶିକ୍ଷା ବର୍ଷରୁ ସମସ୍ତ ପ୍ରକାର ଶିକ୍ଷାରେ ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ସୁନିଶ୍ଚିତ କରାଯାଉ। ଗତ ତିନି ଦଶନ୍ଧି ଧରି ରାଜ୍ୟର ପଛୁଆବର୍ଗଙ୍କ ପ୍ରତି ହୋଇଥିବା ଅନ୍ୟାୟ ପ୍ରତିକାର କରାଯାଉ ବୋଲି ସାମାଜିକ ନ୍ୟାୟ ସଙ୍ଗଠନ, ଓଡ଼ିଶା ପକ୍ଷରୁ ଦାବି କରାଯାଇଛି। ଗୁରୁବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲ ସଂସଦୀୟ ପଛୁଆବର୍ଗ କଲ୍ୟାଣ କମିଟିକୁ ଭେଟି ସାମାଜିକ ନ୍ୟାୟ ସଙ୍ଗଠନ ପକ୍ଷରୁ ଏହି ଦାବି କରାଯାଇଛି। ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ କୁହାଯାଇଛି ଯେ, ରାଜ୍ୟର ୫୪ ପ୍ରତିଶତ ଓବିସି ଚାକିରୀରେ ୨୭ପ୍ରତିଶତ ବଦଳରେ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ପାଉଛନ୍ତି। ଶିକ୍ଷାରେ କୌଣସି ପ୍ରକାର ସଂରକ୍ଷଣ ପାଉନାହାନ୍ତି। ଅପରପକ୍ଷରେ ରାଜ୍ୟରେ ସାଧାରଣ ବର୍ଗ ପାଇଁ ବିଭିନ୍ନ କ୍ଷେତ୍ରରେ ews କୋଟା ଲାଗୁ କରାଯାଇଛି। ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ପଛୁଆବର୍ଗମାନେ ଶିକ୍ଷାରେ ସଂରକ୍ଷଣ ପାଉନାହାନ୍ତି। ଏହା ଦ୍ୱାରା ପ୍ରତିବର୍ଷ ଶହ ଶହ ଛାତ୍ରଛାତ୍ରୀ ଡାକ୍ତର ଓ ଇଂଜିନିୟର ହେବାରୁ ବଞ୍ଚିତ ହୋଇ ଆସୁଛନ୍ତି। ଏହି କାରଣରୁ ରାଜ୍ୟର ପ୍ରାୟ ୭୦୦୦ ଛାତ୍ର ଡାକ୍ତର ଏବଂ ୫୦୦୦୦ ଯୁବକ ସରକାରୀ ଚାକିରୀରୁ ବଞ୍ଚିତ ହୋଇସାରିଲେଣି ବୋଲି ସଂସଦୀୟ କମିଟିକୁ ଅବଗତ କରିଥିଲେ। ସଂଗଠନର ଆବାହକ ଅକ୍ଷୟ କୁମାର ମଲ୍ଲିକ କହିଥିଲେ ଯେ, ଓଡ଼ିଶାରେ ଜନଜାତି ଏବଂ ଅନୁସୂଚିତ ଜାତି ବର୍ଗର ଜନସଂଖ୍ୟା ପ୍ରାୟ ୪୦ ପ୍ରତିଶତ । ଯାହା ଜାତୀୟ ହାର ଠାରୁ ଢେର ଅଧିକ। ତେଣୁ ଓଡ଼ିଶା ଏକ ସ୍ୱତନ୍ତ୍ର ପରିସ୍ଥିତି ଥିବା ରାଜ୍ୟ। ଏହି ପରିସ୍ଥିତି ଥିବା ରାଜ୍ୟ ନିଜ ପରିସଂଖ୍ୟନକୁ ଆଧାର କରି ଆଇନର ଆଶ୍ରୟ ସଂରକ୍ଷଣଗତ ବାଧା ଦୂର କରିପାରିବ। ଯାହା ଇନ୍ଦ୍ର ସାହାଣୀ ମାମଲାରେ କୁହାଯାଇସାରିଛି। ତାମିଲନାଡୁ ଏହା କରିକି ବହୁ ପୂର୍ବରୁ ଉଦାହରଣ ସୃଷ୍ଟି କରିସାରିଛି। ତେଣୁ ଏଦିଗରେ ସମସ୍ତେ ପ୍ରୟାସ କରିବା ଉଚିତ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।
ସଙ୍ଗଠନର ଆବାହକ ଅକ୍ଷୟ ମଲ୍ଲିକ, ସଦସ୍ୟ ବିଧାୟକ ଅରୁଣ କୁମାର ସାହୁ, ଛାତ୍ର ନେତ୍ରୀ ସଂଘମିତ୍ରା ଜେନା, ବିଶ୍ୱପ୍ରକାଶ ସାହୁ, ଶୁଭମ ସାହୁ, ସତ୍ୟପ୍ରଜ୍ଞ ଗୌଡ଼, ବଦ୍ରି ଜେନା, ପ୍ରଶାନ୍ତ ପରିଡା଼ , ସାହିଲ ସାହାଣୀ ଏବଂ ଚିଦାନନ୍ଦ ଜେନା ପ୍ରମୁଖ ସଂସଦୀୟ କମିଟି ନିକଟରେ ଦାବି ପତ୍ର ରଖିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking