15.1 C
Bhubaneswar
Monday, February 9, 2026
Homeଦେଶ ବିଦେଶନିଜକୁ ଗୁଳି କଲେ ଆପ୍ ବିଧାୟକ!

ନିଜକୁ ଗୁଳି କଲେ ଆପ୍ ବିଧାୟକ!

ଲୁଧିଆନା: ପଞ୍ଜାବର ଲୁଧିଆନା ପଶ୍ଚିମ ନିର୍ବାଚନମଣ୍ଡଳୀର ୫୮ବର୍ଷୀୟ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ଗୁରୁପ୍ରୀତ୍ ଗୋଗୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ଗୁରୁପ୍ରୀତ୍‌ଙ୍କ ମୁଣ୍ଡରେ ଗୁଳି ବାଜିଥିବା ବେଳେ ସେ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ଯଦି ବି ସେ ଏପରି କରିଥିବେ କିମ୍ବା ତାଙ୍କୁ ଅନ୍ୟ କେହି ବି ଯଦି ଗୁଳି କରି ହତ୍ୟା କରିଥାଏ ତେବେ କାହିଁକି ଏଭଳି କିଛି ପ୍ରଶ୍ନକୁ ନେଇ ପୁଲିସ୍ ଏବେ ତଦନ୍ତ ଆରମ୍ଭ କରିଛି। ଡିସିପି ଜସକରଣ ସିଂହ ତେଜା ଆପ୍ ବିଧାୟକଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି।

ତେଜା କହିଛନ୍ତି, ଗୁରୁପ୍ରୀତ୍‌ଙ୍କ ମୃତଦେହର ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଯାହା କିଛି ତଦନ୍ତ ଆଗକୁ ବଢ଼ିବ। ଶୁକ୍ରବାର ବିଳମ୍ବିତ ରାତିରେ ବିଧାୟକଙ୍କ ମୃତ୍ୟୁ ସମ୍ପର୍କରେ ପୁଲିସ୍‌କୁ ସୂଚନା ମିଳିଥିଲା। ଘଟଣା ପୂର୍ବରୁ ସେ ପ୍ରତିଦିନ ପରି ରାତ୍ରୀ ଭୋଜନ ମଧ୍ୟ କରିଥିଲେ ବୋଲି ପରିବାର ଲୋକେ ପୁଲିସ୍‌କୁ କହିଛନ୍ତି। ତେବେ ପରିବାର ସଦସ୍ୟଙ୍କ ଅନୁଯାୟୀ, ଖାଇସାରିବା ପରେ ବିଧାୟକ ଗୁରୁପ୍ରୀତ୍ ନିଜ ପାଖରେ ଥିବା ବନ୍ଧୁକକୁ ସଫା କରୁଥିଲେ। ଏହି ସମୟରେ ସେ ଭୁଲବଶତଃ ନିଜକୁ ଗୁଳି କରିଦେଇଥିଲେ। ବିଧାୟକ ଗୁରୁପ୍ରୀତ୍ ଗୋଗୀଙ୍କ ପରିବାରରେ ତାଙ୍କ ସ୍ତ୍ରୀ, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ପ୍ରକାଶ, ଗୁରୁପ୍ରୀତ ଗୋଗୀ ୨୦୨୨ ମସିହାରେ ଆମ୍ ଆଦ୍‌ମୀ ପାର୍ଟିରେ ଯୋଗ ଦେଇଥିଲେ। ସେ ଲୁଧିଆନା ବିଧାନସଭା ନିର୍ବାଚନରେ୨ ଥର ପୂର୍ବତନ କଂଗ୍ରେସ ବିଧାୟକ ଭରତ ଭୂଷଣ ଆଶୁଙ୍କୁ ପରାସ୍ତ କରିଥିଲେ। ତେବେ ବିଧାୟକ ଗୁରୁପ୍ରୀତ ଗୋଗୀଙ୍କ ମୃତ୍ୟୁ ପରେ ପଞ୍ଜାବର ଆପ ଅଧ୍ୟକ୍ଷ ତଥା ମନ୍ତ୍ରୀ ଅମନ ଅରୋଡା ଏବଂ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking