26.1 C
Bhubaneswar
Monday, April 13, 2026
Homeଦେଶ ବିଦେଶଘରେ କଳାକନା ବୁଲାଇଲା ଚାକର: ବାନ୍ଧିଲା ପୋଲିସ

ଘରେ କଳାକନା ବୁଲାଇଲା ଚାକର: ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ : ନୂଆ ବର୍ଷରେ ପାଳିବାକୁ  ନିଜ ପରିବାର ସହିତ  ଯାଇଥିବା ଡାକ୍ତରଙ୍କ ଘରେ  କଳାକନା ବୁଲାଇଲେ ଚାକର । ଶେଷରେ ପୁଲିସ୍ ତାଙ୍କୁ ବାନ୍ଧିବା ସହ ଚୋରି ଜିନିଷ ଜବତ କରିଛି। ଏପରି ଏକ ଘଟଣା ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଘଟିଛ।
ମୁମ୍ବାଇରେ ଅନ୍ଧେରୀ ଅଞ୍ଚଳରେ ରହୁଥିବା ଜଣେ ୭୩ ବର୍ଷୀୟ ଡାକ୍ତର ନିଜ ପରିବାର ସହ ଛୁଟି କାଟିବାକୁ ଗତ ୨୫ ତାରିଖରୁ ଲୋନାୱାଲା ଯାଇଥିଲେ। ସେ ଘରକୁ ଫେରିବା ପରେ ତାଙ୍କ ଆଲମାରୀରୁ ନଗଦ ୪ ଲକ୍ଷ ଟଙ୍କା ଓ ୪ ଲକ୍ଷ ଟଙ୍କାର ସୁନା ଓ ହୀରା ଖଚିତ ହାର ଗାଏବ ହୋଇଯାଇଥିବା ଜାଣିବାକୁ ପାଇଲେ। ଏନେଇ ପରିବାର ଲୋକେ ଘରେ କାମ କରୁଥିବା ସୁଧାଂଶୁ ଯାଦବଙ୍କୁ ପଚରାଉଚରା କରିବାରୁ ସେ ଚୋରି କରିଥିବା ସ୍ୱୀକାର କରିଥିଲେ। ମାତ୍ର ଚୋରି ଜିନିଷ ଦେବାକୁ ରାଜି ହୋଇ ନ ଥିଲେ। ତେଣୁ ପରିବାର ଲୋକେ ଏ ନେଇ ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍ ପହଞ୍ଚି ସୁଧାଂଶୁଙ୍କୁ ଗିରଫ କରିବା ସହ ତାଙ୍କୁ ପଚରାଉଚରା କରି ଚୋରି ଜିନିଷ ଉଦ୍ଧାର କରି ସମ୍ପୃକ୍ତ ଡାକ୍ତରଙ୍କ ପରିବାରକୁ ଦେଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking