18.1 C
Bhubaneswar
Thursday, December 25, 2025
Homeଦେଶ ବିଦେଶସିଗାରେଟ୍ ପୁରୁଷଙ୍କ ଜୀବନରେ ୧୭ ମିନିଟ୍ ଏବଂ ମହିଳାଙ୍କ ଜୀବନରେ ୨୨ ମିନିଟ୍ ସମୟ...

ସିଗାରେଟ୍ ପୁରୁଷଙ୍କ ଜୀବନରେ ୧୭ ମିନିଟ୍ ଏବଂ ମହିଳାଙ୍କ ଜୀବନରେ ୨୨ ମିନିଟ୍ ସମୟ ନେଇଥାଏ

ନୂଆଦିଲ୍ଲୀ :ଜୀବନ ମୂଲ୍ୟବାନ ଅଟେ । ଜୀବନରେ ପ୍ରତ୍ୟକଟି ମୁହୂର୍ତ୍ତ ଏକ ନୂଆ ମୋଡ ଆଣିଥାଏ । ହେଲେ ଜାଣି ଶୁଣି ଜୀବନକୁ ନଷ୍ଟ କରିବା ଭଲ ନୁହେଁ  ।  ପୁରୁଷମାନେ ଧୂମପାନ କରୁଥିବା ସମୟରେ ପ୍ରତ୍ୟେକ ସିଗାରେଟ୍ ସହିତ ଜୀବନର ୧୭ ମିନିଟ  ହରାଇଥାନ୍ତି  । ଠିକ ସେହିପରି ମହିଳାମାନେ ସିଗାରେଟ୍ ସହିତ ସେମାନଙ୍କର ୨୨ ମିନିଟ୍ ସମୟ ହରାନ୍ତି  ।  ଧୂମପାନ ଉପରେ ଅଧ୍ୟୟନ କରୁଥିବା ସମୟରେ ଏକ ନୂତନ ଅନୁସନ୍ଧାନ ଜଣାପଡିଛି । ପୂର୍ବ ଆକଳନ ତୁଳନାରେ ବର୍ତମାନର ଆକଳନ ଅଧିକ ଅଟେ । ୨୦୨୫ ମସିହାରେ ସ୍ୱାସ୍ଥ୍ୟ ଏବଂ ସାମାଜିକ ଯତ୍ନ ବିଭାଗ ଦ୍ୱାରା ନିର୍ଦ୍ଦେଶିତ ୟୁନିଭରସିଟି କଲେଜ ଲଣ୍ଡନର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଧୂମପାନକାରୀମାନେ ନୂଆ ବର୍ଷରେ ଅସ୍ୱାସ୍ଥ୍ୟକର ଅଭ୍ୟାସ ଆରମ୍ଭ କରିବା ଉଚିତ୍ ନୁହେଁ । ଆହୁରି କହିଛନ୍ତି ଯେ   ଧୂମପାନକାରୀମାନେ ସାଧାରଣତ ଜୀବନର ସୁସ୍ଥ ବର୍ଷକୁ ହରାଇଥାନ୍ତି  ।  ଧୁମପାନ କରିବା ଦ୍ୱାରା କ୍ରନିକ ରୋଗ ହୋଇଥାଏ ବୋଲି ଅଧ୍ୟୟନର ଲେଖକମାନେ କହିଛନ୍ତି।  ଆହୁରି କହିଛନ୍ତି ଯେ ହାରାହାରି ଗୋଟିଏ ସିଗାରେଟ୍ ଜଣେ ବ୍ୟକ୍ତିଙ୍କ ଜୀବନରୁ ପ୍ରାୟ ୨୦ ମିନିଟ  ସମୟ  ନେଇଥାଏ, ଲୋକମାନେ ସାଧାରଣତ ଜାଣନ୍ତି ଯେ ଧୂମପାନ କ୍ଷତିକାରକ କିନ୍ତୁ କେତେ ମାତ୍ରାରେ ଅବହେଳା କରିବାକୁ ଲାଗେ ତାହା କେହି ଜାଣନ୍ତି ନାହିଁ ।  ଯେଉଁମାନେ ଧୂମପାନ ଛାଡନ୍ତି ନାହିଁ ସେମାନେ ବହୁତ ଶୀଘ୍ର ଜୀବନ ହରାନ୍ତି । ଜୀବନର ପ୍ରତ୍ୟକ ମୁହୂର୍ତ୍ତ ଏବଂ ପ୍ରିୟଜନଙ୍କ ସହିତ ଏକ ମାଇଲଖୁଣ୍ଟ  ।  ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁମାନେ  ସିଗାରେଟ ବ୍ୟବହାର କରିବେ ନାହିଁ ସେମାନଙ୍କ ଜୀବନ ଦୀର୍ଘ ଏବଂ ସ୍ୱାସ୍ଥ୍ୟକର ରହିବ । ଏବଂ ଏହା ମଧ୍ୟ କହିଛନ୍ତି ଯେ ଯଦି ଜଣେ ଧୂମପାନକାରୀ ନୂଆ ବର୍ଷରେ ଅଭ୍ୟାସ ଛାଡିଦିଅନ୍ତି, ତେବେ ସେମାନେ ଫେବୃଆରୀ ୨୦ ସୁଦ୍ଧା ନିଜ ଜୀବନର ଏକ ନୂଆ ସପ୍ତାହ ପାଇପାରିବେ ଏବଂ ବର୍ଷ ଶେଷ ସୁଦ୍ଧା ସେମାନେ ସୁସ୍ଥ ରହିବେ ।ତଥାପି, ସ୍ୱାସ୍ଥ୍ୟ ଏବଂ ଆୟୁଷର ସମ୍ପୂର୍ଣ୍ଣ ଲାଭ ପାଇବାକୁ ହେଲେ, ଜଣାପଡିଛି ଯେ ଧୂମପାନକାରୀମାନେ ଏହି ଅଭ୍ୟାସକୁ ସଂପୂର୍ଣ୍ଣ ଛାଡିବା ଆବଶ୍ୟକ  ।  ପୂର୍ବ ଅନୁସନ୍ଧାନରୁ ଜଣାପଡିଛି ଯେ ଦିନକୁ ଗୋଟିଏ ସିଗାରେଟ୍ ଟାଣୁଥିବା ଲୋକ ହୃଦରୋଗ  ଏବଂ ଷ୍ଟ୍ରୋକରେ ପୀଡିତ ଅନୁଭବ କରନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ତମାଖୁ ମହାମାରୀ ହେଉଛି ସର୍ବବୃହତ ଜନସ୍ୱାସ୍ଥ୍ୟ ବିପଦ ଯାହା ବିଶ୍ୱ ସାମ୍ନା କରି ଆସିଛି। ଏହା ପ୍ରତିବର୍ଷ ନିୟୁତରୁ ଅଧିକ ଲୋକଙ୍କୁ ମାରିଦେଇଥାଏ । ଅନ୍ୟପଟେ ସିଗାରେଟ ଧୂଆଁରେ ମଧ୍ୟ ଆକ୍ରାନ୍ତ ହୋଇଥାନ୍ତି ଲୋକେ । ବିଶ୍ୱରେ ୧.୩ ବିଲିୟନ ତମାଖୁ ବ୍ୟବହାରକାରୀ  ପ୍ରାୟ ୮୦%ଦେଶରେ ବାସ କରନ୍ତି , ଯେଉଁଠାରେ ତମାଖୁ ସମ୍ବନ୍ଧୀୟ ରୋଗ ଏବଂ ମୃତ୍ୟୁ ଭାର ଅଧିକ ହୋଇଥାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking