21.1 C
Bhubaneswar
Tuesday, February 10, 2026
Homeଓଡିଶାଜିଲ୍ଲା ବୁଲି ବର୍ଷା କ୍ଷୟକ୍ଷତି ଆକଳନ କରିବେ ମୁଖ୍ୟମନ୍ତ୍ରୀ

ଜିଲ୍ଲା ବୁଲି ବର୍ଷା କ୍ଷୟକ୍ଷତି ଆକଳନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଗତ ୨୦ ତାରିଖ ଠାରୁ ୨୮ ତାରିଖ ମଧ୍ୟରେ ବର୍ଷା ଯୋଗୁଁ ଫସଲ କ୍ଷୟକ୍ଷତି ହୋଇଛି। ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ଯୋଗୁଁ ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି। ରାଜ୍ୟ ସରକାର ଚାଷୀମାନଙ୍କୁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଞ୍ଜାମ, ଗଜପତି ଓ ନୟାଗଡ଼ ଜିଲ୍ଲା ଗସ୍ତରେ ଯାଇ କ୍ଷତିଗ୍ରସ୍ତ ଧାନ ‌କ୍ଷେତ ବୁଲିବେ ଏବଂ ଚାଷୀ ଓ ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା କରିବେ। ସେ ନୟାଗଡ଼ର ରଣପୁର, ଗଜପତିର ଗୋଷାଣୀ ବ୍ଲକ ଗଞ୍ଜାମର ରଙ୍ଗେଇଲୁଣ୍ଡା ଓ ଛତ୍ରପୁର ବ୍ଲକ ଗସ୍ତ କରିବେ।

ସେହିପରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କଟକ ଏବଂ ଜଗତସିଂହପୁର, ପ୍ରଭାତୀ ପରିଡ଼ା ଭଦ୍ରକ ଓ ବାଲେଶ୍ବର, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଓ ଯାଜପୁର ଏବଂ ବୟନମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଖୋର୍ଦ୍ଧା ଜିଲ୍ଲା ବୁଲିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଅଦିନିଆ ବର୍ଷା ପାଇଁ ଖରିଫ ଫସଲ ନଷ୍ଟ ହୋଇଛି। ଗତ ୨୦ ତାରିଖଠାରୁରୁ ୨୮ ତାରିଖ ମଧ୍ୟରେ ଅଦିନିଆ ବର୍ଷା ହୋଇଛି। ୩୦ତାରିଖ ଭିତରେ କ୍ଷୟକ୍ଷତି ସଠିକ ଆକଳନ ସରିବ। ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ। ବିଭାଗୀୟ ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ବୀମା କମ୍ପାନିଙ୍କୁ ସହାୟତା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ସୁଦ୍ଧା କ୍ଷତିଗ୍ରସ୍ତ ଚାଷୀ ସୂଚନା ଦେବାକୁ ଅରୁରୋଧ କରିଛି। କୃଷି ରକ୍ଷକ ପୋର୍ଟାଲରେ କ୍ଷତିଗ୍ରସ୍ତ ଚାଷୀ ପଞ୍ଜିକରଣ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking