ହାଇଦ୍ରାବାଦ: ଥାନାରେ ହାଜର ହେଲେ ପୁଷ୍ପା ଷ୍ଟାର ଅଲ୍ଲୁ ଅର୍ଜୁନ। କିଛି ସମୟ ମଧ୍ୟରେ ଚିକଡପଲ୍ଲୀ ଥାନାରେ ହାଜର ହୋଇଛନ୍ତି । ସଂଧ୍ୟା ଥିଏଟରରେ ଦଳାଚକଟା ମାମଲାରେ ପୋଲିସ ତାଙ୍କୁ ପଚରାଉଚରା କରିବ । ଏନେଇ ହାଜର ପାଇଁ ତାଙ୍କୁ ସମନ କରାଯାଇଥିଲା । ପୋଲିସ ସମନ ଅନୁସାରେ ସେ ତାଙ୍କ ଘରୁ ବାହାରି ଯାଇଛନ୍ତି । ପୁଷ୍ପା-୨ ପ୍ରିମୟମ୍ ସମୟରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୋଲିସ ତାଙ୍କୁ ଗିରଫ କରିଥିଲା। ପରେ ସେ ବେଲ୍ରେ ବାହାରିଥିଲେ। ଗତ ୪ ତାରିଖରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପ୍ରିମିୟର ବେଳେ ଘଟିଥିଲା ଅଘଟଣ। ଏଥିରେ ଜଣେ ୩୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କର କୁନି ପୁଅ ହୋଇଥିଲା ଗୁରୁତର। ହଜାର ହଜାର ପ୍ରଶଂସକ ସୁପରଷ୍ଟାରଙ୍କ ନିକଟକୁ ଚାଲିଆସିବାରୁ ଏହି ଦଳାଚକଟା ଘଟିଥିଲା।