24.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶକୁଏତ ଗଲେ ପ୍ରଧାନମନ୍ତ୍ରୀ

କୁଏତ ଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୨ ଦିନିଆ କୁଏତ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪୩ ବର୍ଷ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କୁଏତ ଗସ୍ତ । ସୂଚନା ମୁତାବକ, ଆଜିଠୁ ଦୁଇ ଦିନିଆ କୁଏତ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ବେଶ ଗୁରୁତ୍ବ ବହନ କରୁଛି । ୪୩ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଉଛନ୍ତି । କୁଏତର ଏମିର ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ସହ ଚୁକ୍ତି ସ୍ବାକ୍ଷରିତ ହେବ । କୁଏତରେ ପହଁଚିବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦି ଗଲ୍ଫ କପ୍ ଫୁଟବଲର ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିବେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ଏକ ସରକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ, ଏଠାରେ ସେ କୁଏତର ଏମିର ଏବଂ କ୍ରାଉନ୍ ପ୍ରିନ୍ସଙ୍କ ସହ ବୈଠକ କରିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମୟରେ ଶକ୍ତି, ହାଇଡ୍ରୋକାର୍ବନ୍ ଏବଂ ବ୍ୟବସାୟିକ ସମ୍ପର୍କ ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । କୁଏତର ଆମୀରଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ସ୍ଥାନୀୟ ମୁଦ୍ରାରେ ବାଣିଜ୍ୟ ଉପରେ ମଧ୍ୟ ଆଲୋଚନା କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking