ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହାଙ୍କ ସାମ୍ବାଦିକ ସମ୍ମିଳନୀ । ସମ୍ବିଧାନକୁ ନେଇ ସଂସଦରେ ଚର୍ଚ୍ଚା ହୋଇଥିଲା । କାଲି ଠୁ କଂଗ୍ରେସ ତଥ୍ୟକୁ ଦଳା ଚକଟା କରୁଛି । ତଥ୍ୟ ଓ ସତ୍ୟ ଆଧାରରେ ସବୁ ହେବା କଥା । କାଲିଠୁ କଂଗ୍ରେସ ତଥ୍ୟକୁ ବିକୃତ ଅର୍ଥ କରୁଛି । କଂଗ୍ରେସ ଆରକ୍ଷଣ ଓ ସମ୍ଭିଧାନ ବିରୋଧୀ । ଆମ୍ବେଦକର ବିରୋଧୀ ପାର୍ଟି କଂଗ୍ରେସ । ତଥ୍ୟ ସାମ୍ନାକୁ ଆସିବାରୁ ଭ୍ରମ ସୃଷ୍ଟି କରୁଛି କଂଗ୍ରେସ । କଂଗ୍ରେସ ସାବରକର ଙ୍କୁ ମଧ୍ୟ ଅପମାନିତ କରିଛି । ଆମ୍ବେଦକରଙ୍କୁ ହରେଇବାକୁ ଷଡଯନ୍ତ୍ର ରଚିଥିଲା କଂଗ୍ରେସ । କଂଗ୍ରେସ ନେତା ନିଜକୁ ଭାରତ ରତ୍ନ ଦେଇଛନ୍ତି । କଂଗ୍ରେସ ଆମ୍ବେଦକରଙ୍କୁ ଭାରତ ରତ୍ନ ମିଳୁ ଚାହିଁ ନଥିଲେ । ଆମେ ଆମ୍ବେଦକରଂକ ରାସ୍ତାରେ ଚାଲୁଛୁ । ଆମ୍ବେଦକରଙ୍କୁ ମୁଁ ସବୁବେଳେ ସମ୍ମାନ କରିଆସିଛି । ସମ୍ଭିଧାନ ଦିବସ ଆରମ୍ଭ କରିଥିଲା ବିଜେପି । ବକ୍ତବ୍ୟକୁ ଏଡିଟ କରି ଭ୍ରମିତ କରୁଛି କଂଗ୍ରେସ । ମୋର ଅନୁରୋଧ ମୋ ବକ୍ତବ୍ୟକୁ ସମ୍ପୂର୍ଣ ଦେଖାଯାଉ । କଂଗ୍ରେସ ର ଲୋକ ଦେଖାଣିଆ ସମ୍ଭିଧାନ ପ୍ରେମ । କଂଗ୍ରେସ ର ମିଛ ସବୁବେଳେ ଚଳିବ ନାହିଁ ।