23.1 C
Bhubaneswar
Tuesday, February 3, 2026
Homeଓଡିଶାଅଳିଆରୁ ବାହାରିବ ବାୟୋ ଗ୍ୟାସ୍

ଅଳିଆରୁ ବାହାରିବ ବାୟୋ ଗ୍ୟାସ୍

ଭୁବନେଶ୍ୱର: ଭୁବନେଶ୍ଵରରେ ଅଳିଆରୁ ବାହାରିବ ବାୟୋ ଗ୍ୟାସ୍। ଦୈନନ୍ଦିନ ସହରରୁ ବାହାରୁଥିବା ଅଳିଆ ଆବର୍ଜନାରୁ ବାୟୋ ଗ୍ୟାସ୍ ବାହାର କରାଯିବ। ଏନେଇ ଭୁବନେଶ୍ଵର ମହାନଗର ନିଗମ ଅଏଲ ଇଣ୍ଡିଆ ମଧ୍ୟରେ ଚୁକ୍ତି ସ୍ଵାକ୍ଷର ହୋଇଛି। ଅଏଲ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୭୫ କୋଟି ଟଙ୍କା ବ୍ୟୟରେ ୨୦୦ ଟିପିଡି(ଟୋନ ପେର ଡେ ) ବିଶିଷ୍ଟ କମ୍ପ୍ରେସ୍‌ଡ୍ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର, ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ଉପସ୍ଥିତିରେ ଅଏଲ୍ ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ସହ ଚୁକ୍ତି ସ୍ଵାକ୍ଷର ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ୮ ଏକର ଜମି ଚିହ୍ନଟ କରାଯାଇଛି। ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି ପ୍ରକଳ୍ପ ପାଇଁ, ଅଏଲ ଇଣ୍ଡିଆ ଲିମିଟେଡକୁ, ରାଜ୍ୟ ସରକାର ଓ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ। ଅଏଲ ଇଣ୍ଡିଆ ଲିମିଟେଡ୍ ଅନେକ ସୁବିଧା ଯଥା- ଆର୍ଥିକ ସହାୟତା, ବୈଷୟିକ ଜ୍ଞାନ କୌଶଳ, ଉତ୍ପାଦିତ ସାମଗ୍ରୀର ମାର୍କେଟ ପ୍ରବେଶ ଏବଂ ରିକ୍ସ ମ୍ୟାନେଜମେଣ୍ଟ ଆଦି କ୍ଷେତ୍ରରେ ସହାୟତା ଯୋଗାଇ ଦେବାରେ ବିଶେଷ ଅଭିଜ୍ଞତା ରହିଛି। ଅଏଲ ଇଣ୍ଡିଆର ତୈଳ ଏବଂ ଗ୍ୟାସ୍ ପ୍ରକଳ୍ପ ପରିଚାଳନାରେ ଦକ୍ଷତା ରହିଛି। ତେଣୁ ସେ ପ୍ଲାଣ୍ଟର ନକ୍ସା, ନିର୍ମାଣ ଏବଂ ପରିଚାଳନା ସଠିକ୍ ଭାବେ କରିପାରିବ। ଏ ବିଶ୍ୱାସ ରାଜ୍ୟ ସରକାରଙ୍କର ରହିଛି । ଏହି ପ୍ରକଳ୍ପ ପାଇଁ ଅଏଲ ଇଣ୍ଡିଆ ଲିମିଟେଡ୍ ଅର୍ଥ, ରକ୍ଷଣାବେକ୍ଷଣ ଓ ପରିଚାଳନା କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ବିଏମସି ଆବଶ୍ୟକ ଜୈବ ବିଘଟନ ଯୋଗ୍ୟ ବର୍ଜ୍ୟ ଯୋଗାଇ ଦେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking