କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ରେ ବିଜେଡିକୁ ଶକ୍ତ ଝଟ୍କା ଲାଗିଛି। ୨୪ଜଣ ବିଜେଡି ସମର୍ଥିତ ସମିତିସଭ୍ୟ ଓ ସରପଞ୍ଚ ଶଙ୍ଖ ଛାଡ଼ି ବିଜେପି ରେ ମିଶିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରେ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସମସ୍ତେ ଦଳରେ ସାମିଲ ହୋଇଛନ୍ତି। ତେଲକୋଇ ବ୍ଲକ୍ ଉପାଧ୍ୟକ୍ଷା ରଞ୍ଜିତା ମହାନ୍ତଙ୍କ ସମେତ କରମଙ୍ଗି ପଞ୍ଚାୟତ ବିଜେଡି ସଭାପତି ତଥା ସରପଞ୍ଚ ବିଜୟାନନ୍ଦ ନାୟକ ମଧ୍ୟ ବିଜେଡ଼ି ଛାଡି ବିଜେପିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ତେବେ ସୂଚନା ମୁତାବକ , ୩୦ରୁ ଊର୍ଦ୍ଧ୍ବ ବିଜେଡି ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ଯାହା କି ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି ।










