ନୂଆଦିଲ୍ଲୀ : ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଖେଳିବନି ଭାରତ । ହାଇବ୍ରିଡ ମଡେଲରେ ଦୁବାଇରେ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଏନେଇ ହ୍ରାଇବ୍ରିଡ ମଡେଲ ଆଇସିସି ମଞ୍ଜୁର ଦେଇଛି । ଉଭୟ ବିସିସିଆଇ ଓ ପିସିବି ମଧ୍ୟରେ ଏହାକୁ ନେଇ ସହମତି ହୋଇଛି । ଭାରତ ନଖେଳିବା ପାକିସ୍ତାନକୁ ହେବାକୁଥିବା କ୍ଷତିର ଆଇସିସି ଭରଣ କରିବ ନାହିଁ ବୋଲି ସୂଚନା ମିଳିଛି। ଚାମ୍ପିୟନ୍ସ ଟ୍ରଫିର ୧୦ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ । ଲିଗଷ୍ଟେଜରେ ଭାରତ ତାର ତିନୋଟି ମ୍ୟାଚ ଦୁବାଇରେ ଖେଳିବ । ଯଦି ଭାରତ ନକଆଉଟ୍ ପର୍ୟ୍ୟାୟରୁ ବାଦ ପଡ଼େ, ତାହେଲେ ସେମିଫାଇନାଲ ଓ ଫାଇନାଲ ଯଥାକ୍ରମେ ଲାହୋର ଓ ରାୱଲପିଣ୍ଡିରେ ଖେଳାଯିବ। ସେହିପରି ୨୦୨୬ରେ ହେବାକୁଥିବା ଟି-୨୦ ବିଶ୍ବକପ୍ ଖେଳିବାକୁ ଭାରତ ଆସିବନି ପାକିସ୍ତାନ । ପାକିସ୍ତାନ ତା’ର ସବୁ ମ୍ୟାଚ ଶ୍ରୀଲଙ୍କାର କଲମ୍ବୋରେ ଖେଳିବାକୁ ଦାବି କରିଛି । ତେବେ ଟି-୨୦ ବିଶ୍ବକପର ନକଆଉଟ ମ୍ୟାଚ କେଉଁଠି, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।










