ନୂଆଦିଲ୍ଲୀ : ବିମାନ ଚଳାଚଳ ବିଳମ୍ବ ହେତୁ ତୁର୍କୀକୁ କିମ୍ବା ତୁର୍କୀରୁ ବିମାନ ଉଡାଣ ଭରିବାକୁ ଥିବା ଶହ ଶହ ଇଣ୍ଡିଗୋ ଯାତ୍ରା ଦୀର୍ଘ ୨୪ ଘଣ୍ଡା ଧରି ଯାତ୍ରା ନକରି ଅଟକ ରହିଛନ୍ତି । ଏଥିମଧ୍ୟରେ ଦିଲ୍ଲୀ ଏବଂ ମୁମ୍ବାଇ ସହିତ ଇସ୍ତାନବୁଲକୁ ସଂଯୋଗ କରୁଥିବା ଅତି କମରେ ଚାରିଟି ବିମାନର ଯାତ୍ରୀ ମଧ୍ୟ ରହିଛନ୍ତି । ଏନେଇ ଏୟାରଲାଇନ୍ସ ପକ୍ଷରୁ ଏକ ପ୍ରେସ୍ ବିବୃତି ଜାରି କରାଯାଇଛି । ବିବୃତିରେ କୁହାଯାଇଛି ଯେ ଗ୍ରାହକଙ୍କ ପାଇଁ ହୋଇଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରୁଛୁ । ସେଥିରେ ଆହୁରି ବି ଲେଖାଯାଇଛି ଯେ “ଇସ୍ତାନବୁଲ ସହିତ ଇଣ୍ଡିଗୋ ବିମାନ ସଂଯୋଗରେ ବିଳମ୍ବ ବିଷୟରେ ଆମେ ଅବଗତ ଅଛୁ । ଗ୍ରାହକଙ୍କ ସୁବିଧା ପାଇଁ ଆମେ ସର୍ବାଧିକ ପ୍ରାଧାନ୍ୟ ଦେଉଛୁ ଏବଂ ଗ୍ରାହକଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତ ଯୋଗାଯୋଗ ପଏଣ୍ଟରେ ଦଳ ଉପଲବ୍ଧ ଅଛି । ଗ୍ରାହକମାନଙ୍କ ପାଇଁ ହୋଇଥିବା ଅସୁବିଧା ପାଇଁ ଇଣ୍ଡିଗୋ କ୍ଷମା ମାଗୁଛି। ଯାତ୍ରୀମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଲିଙ୍କଡ୍ଇନରେ ଏନେଇ ଦାବି କରିଥିଲେ ଯେ ବିମାନଟି ପ୍ରଥମେ ବିଳମ୍ବ ହୋଇଥିଲା ଏବଂ ପରେ ବିନା ବିଜ୍ଞପ୍ତିରେ ବାତିଲ କରାଯାଇଥିଲା ।