21.1 C
Bhubaneswar
Tuesday, February 24, 2026
Homeଓଡିଶାନାମାଙ୍କନ ଭରିଲେ ସୁଜିତ କୁମାର

ନାମାଙ୍କନ ଭରିଲେ ସୁଜିତ କୁମାର

ଭୁବନେଶ୍ୱର: ନାମାଙ୍କନ ଭରିଲେ ସୁଜିତ କୁମାର । ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସୁଜିତ । ସଫ୍ଟୱାର ଇଞ୍ଜିନିୟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ଆଇନଜୀବୀ ଭାବେ ସୁପ୍ରିମକୋର୍ଟରେ ଅଭ୍ୟାସ କରିଛନ୍ତି । ଅନେକ ସଂସଦୀୟ କମିଟିର ସଦସ୍ୟ ଭାବେ ଦାଇତ୍ୱ ତୁଲାଇଛନ୍ତି । ୨୦୨୦ ରେ ବିଜେଡି ପକ୍ଷରୁ ରାଜ୍ୟସଭାକୁ ଯାଇଥିଲେ ସୁଜିତ । ୨୦୨୬ ରେ ସାରିଥିଲା କାର୍ଯ୍ୟକାଳ । ଏହା ପୂର୍ବରୁ ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ସୁଜିତ କୁମାରଙ୍କୁ ଦଳରୁ ବହିଷ୍କାର କରିଛି ବିଜେଡି । ପରେ ବିଜେପିରେ ହୋଇଥିଲେ ସାମିଲ । ତେବେ ଆଜି ରାଜ୍ୟସଭା ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ଭାବେ ସୁଜିତ କୁମାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ୩୦ଜଣ ବିଧାୟକ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ରହିଛନ୍ତି। ସୁସହଯୋଗ୍ୟ ସାଂସଦ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀରେ ବିଜେପିରେ ଯୋଗ ଦେଇଥିଲେ। ତେଣୁ ଏବେ ବିଜେପି ସୁଜିତ କୁମାରଙ୍କୁ ପୁଣି ରାଜ୍ୟସଭାକୁ ପଠାଇବ ନା ଦଳର ଆଉ କେଉଁ ନେତାଙ୍କୁ ପଠାଇବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମାତ୍ର ଦଳ ସୁଜିତ କୁମାରଙ୍କ ନାଁରେ ମୋହର ମାରିଛି। ଆସନ୍ତା ଡିସେମ୍ବର ୨୦ତାରିଖରେ ୪ଟି ରାଜ୍ୟରେ ଖାଲି ପଡ଼ିଥିବା ୬ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ। ଏନେଇ ଭାରତ ନିର୍ବାଚନ କମିସନ ଆଜି କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking