25.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶସମ୍ବଲ ହିଂସା ଗସ୍ତରେ ଯିବେ ରାହୁଲ

ସମ୍ବଲ ହିଂସା ଗସ୍ତରେ ଯିବେ ରାହୁଲ

ନୂଆଦିଲ୍ଲୀ: ବିରୋଧୀ ଦଳର ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମ୍ବଲ ହିଂସା ଘଟଣାରେ ଆସନ୍ତାକାଲି ସହଯୋଗୀ ଦଳର ପାଞ୍ଚଜଣ ସାଂସଦ ଙ୍କ ସହିତ ଗସ୍ତ କରିବେ। ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ ଅଜୟ ରାୟ କହିଛନ୍ତି ଯେ ୱାୟାନାଡା ସାଂସଦ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସମ୍ବଲ ପରିଦର୍ଶନ କରିପାରନ୍ତି। ସୋମବାର ଉତ୍ତରପ୍ରଦେଶରୁ କଂଗ୍ରେସ ନେତାଙ୍କ ଏକ ପ୍ରତିନିଧି ଦଳ ଜିଲ୍ଲା ପରିଦର୍ଶନ କରିବା ବନ୍ଦ ହୋଇଯାଇଥିଲା। ସୂଚନା ଅନୁଯାଇ , ଡିସେମ୍ବର ୧୦ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ବାହାର ଲୋକ ତଥା ଜନ ପ୍ରତିନିଧୀଙ୍କ ପ୍ରବେଶ ଉପରେ ଏକ ନିଷେଧାଦେଶ ଜାରି କରାଯାଇଛି। ନଭେମ୍ବର ୧୯ ଠାରୁ ସମ୍ୱଲରେ ଉତ୍ତେଜନା ଦେଖାଦେଇଛି, ଯେତେବେଳେ ଏକ ହରିହର ମନ୍ଦିର ଉକ୍ତ ସ୍ଥାନରେ ଠିଆ ହୋଇଥିବା ଦାବି ପରେ କୋର୍ଟଙ୍କ ନିର୍ଦ୍ଦେଶରେ ଏକ ମୋଗଲ ଯୁଗର ମସଜିଦ ସର୍ଭେ କରାଯାଇଥିଲା। ନଭେମ୍ବର ୨୪ ରେ ଦ୍ୱିତୀୟ ସର୍ଭେ ସମୟରେ ହିଂସା ଦେଖାଦେଇଥିଲା ଯେହେତୁ ବିକ୍ଷୋଭକାରୀମାନେ ଶାହି ଜାମା ମସଜିଦ ନିକଟରେ ଏକତ୍ରିତ ହୋଇ ସୁରକ୍ଷା କର୍ମୀଙ୍କ ସହ ସଂଘର୍ଷ କରିଥିଲେ। ଏହି ହିଂସା ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ। ଏହି ପରିପେକ୍ଷୀରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆସନ୍ତାକାଲି ସମ୍ବଲ ଗସ୍ତରେ ଯିବା ନେଇ ସୂଚନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking