22.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶଖେଳୁଥିବା ବେଳେ ଚାଲିଗଲା କ୍ରିକେଟରଙ୍କ ଜୀବନ

ଖେଳୁଥିବା ବେଳେ ଚାଲିଗଲା କ୍ରିକେଟରଙ୍କ ଜୀବନ

ନୂଆଦିଲ୍ଲୀ  : ପଡ଼ିଆରେ ଖେଳୁଥିବା ବେଳେ ଜଣେ ୩୫ ବର୍ଷୀୟ ଯୁବକଙ୍କ ଜୀବନ ଚାଲିଯାଇଛି। ଏହି ଘଟଣା ମହାରାଷ୍ଟ୍ରର ପୁଣେରେ ଘଟିଛି। ଗତକାଲି ଗରୱାର ଷ୍ଟାଡିୟମରେ କ୍ରିକେଟ୍ ମ୍ୟାଚ୍ ଚାଲିଥିଲା। ୩୫ ବର୍ଷୀୟ ଇମ୍ରାନ ପଟେଲ ଓପନର୍ ଭାବେ ବ୍ୟାଟିଂ କରିବାକୁ ଆସିଥିଲେ। ପିଚରେ କିଛି ସମୟ ବ୍ୟାଟିଂ ମଧ୍ୟ କରିଥିଲେ। ଖେଳିବାର କିଛି ସମୟ ପରେ ସେ ଛାତି ଏବଂ ବାହୁରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏନେଇ ସେ ଅମ୍ପାୟାରଙ୍କୁ ଜଣାଇବାରୁ ଅନ୍ୟ ଖେଳାଳିମାନେ ଏକତ୍ରିତ ହୋଇଥିଲେ। ଅନୁମତି କ୍ରମେ ତାଙ୍କୁ ବିଶ୍ରାମ ନେବାକୁ ପାଭିଲିଅନ ଫେରିଯିବାକୁ କୁହାଯାଇଥିଲା। ମାତ୍ର ପାଭିଲିଅନ ଫେରିବା ବାଟରେ ହିଁ ଅଫେରା ରାଇଜକୁ ଚାଲି ଯାଇଛନ୍ତି ଇମ୍ରାନ। ସେହି ପଡିଆରେ ହିଁ ଟଳି ପଡ଼ିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମ୍ୟାଚ୍ ଲାଇଭ୍ ଷ୍ଟ୍ରିମିଂ ହେଉଥିବାରୁ ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏ ଘଟଣା ସମସ୍ତଙ୍କୁ ଆଶ୍ଚର‌୍ୟ କରିଛି। କାରଣ ଇମ୍ରାନଙ୍କ ସ୍ୱାସ୍ଥ୍ୟ ଜଣେ ପ୍ରଫେସନାଲ କ୍ରିକେଟରଙ୍କ ଭଳି ଥିଲା। ହୃଷ୍ଟପୃଷ୍ଟ ଥାଇ ମଧ୍ୟ ହଠାତ୍ ହୃତଘାତରେ ଚାଲିଯିବା ଯେତିକି ଦୁଃଖ ଦେଇଛି ତା’ଠୁ ଅଧିକ ଚିନ୍ତାର କରାଣ ପାଲଟିଛି। ପରିବର୍ତ୍ତିତ ଜୀବନଶୈଳୀ, ଖାଦ୍ୟରେ ଅନିୟମିତତା ଏବଂ ଚାପ ହୃଦଘାତର ମୁଖ୍ୟ କାରଣ ପାଲଟି ଥିବାରୁ ଡାକ୍ତରମାନେ ସର୍ବଦା ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking