21.1 C
Bhubaneswar
Wednesday, November 27, 2024
Homeଓଡିଶାମାଣ୍ଡିପଙ୍କା ମୃତ୍ୟୁ ମାମଲା ଅନାହାର ଜନିତ ନୁହେଁ: କୃଷ୍ଣଚନ୍ଦ୍ର ପାତ୍ର

ମାଣ୍ଡିପଙ୍କା ମୃତ୍ୟୁ ମାମଲା ଅନାହାର ଜନିତ ନୁହେଁ: କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର : ଆଜି ବିଧାନସଭାର ଦ୍ୱିତୀୟ ଦିନରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି ।ରାଜ୍ୟରେ  ଖାଦ୍ୟ ସୁରକ୍ଷା ଯୋଜନାର ଗତି କେଉଁ ଆଡକୁ  ଏହି ପ୍ରସଙ୍ଗ ଉଠିଥିଲା ।  ଖାଦ୍ୟାଭାବ ଯୋଗୁଁ  କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୩ଜଣଙ୍କର ମୃତ୍ୟୁ ହୋଇଛି  ଗୃହରେ  ଏଭଳି ପ୍ରଶ୍ନ ପଚାରିଛନ୍ତି  ମାନ୍ୟବର ବିଧାୟିକା  ଶ୍ରାମତୀ ପ୍ରମିଳା ମଲ୍ଲିକ ଏବଂ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବଙ୍କ ଓ ଅନ୍ୟ ମାନ୍ୟବର ବିଧାୟକ । ତେବେ ଏହାର ଉତ୍ତର ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରଖିଛନ୍ତି । କହିଛନ୍ତି, ଜାତୀୟ ସୁରକ୍ଷା ଆଇନ ୨୦୧୩ ଅନୁଯାୟୀ, ପ୍ରତ୍‌ୟକ ଅଗ୍ରାଧିକାର ପରିବାରଙ୍କୁ , ମାସିକ ମୁଣ୍ଡପିଛା  ୫ କିଲୋଗ୍ରାମ ଏବଂ ପ୍ରତ୍ୟକ  ଅନ୍ତ୍ୟୋଦୟ  ଅନ୍ନ ଯୋଜନାରେ ଅନ୍ତର୍ଭୁକ୍ତ  ପରିବାରଙ୍କୁ  ମାସିକ ପରିବାର ପିଛା  ୩୫ କିଲୋଗ୍ରାମ  ଖାଦ୍ୟଶସ୍ୟ ମାଗଣାରେ ଦିଆଯାଉଛି ।  ଏହା ଛଡା ହିତାଧିକାରୀଙ୍କୁ ଅତିରିକ୍ତ ମାଣ୍ଡିଆ କୋଟା ମଧ୍ୟ  ମାଗଣାରେ ବଣ୍ଟନ କରାଯାଇଛି ।  ରାଜ୍ୟ ସରକାର ୬୦, ୨୭୧ ଜଣ ନିଃସ୍ୱ ଏବଂ ୩,୯୫୮୯୫ ଜଣ ଦିବ୍ୟାଙ୍ଗ , ୧,୭୨, ୦୯୪ ଜଣ  ଆଦିମ ଅନୁସୂଚିତ ଜନଜାତି ସଦସ୍ୟଙ୍କୁ ଦିଆଯାଉଛି । ସର୍ୱମୋଟ ୧୪, ୦୫,୦୨୭ ଜଣ ସଦସ୍ୟଙ୍କୁ , ଖାଦ୍ୟ  ସୁରକ୍ଷା  ଯୋଜନାରେ  ସାମିଲ କରି  ମାଗଣାରେ ଚାଉଳ ବିତରଣ କରୁଛୁା   କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କାରେ  ଗତ ଜୁଲାଇ , ଅଗଷ୍ଟ ଓ ସେପ୍ଟେମ୍ବର ୨୦୨୪  ମାସର  ଚାଉଳ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦିଆଯାଇଥିଲା । ଏହା ବ୍ୟତୀତ  ୨୬ ସେପ୍ଟେମ୍ବର , ୨୭ ସେପ୍ଟେମ୍ବରରେ  ରୁନୁ ମାଝି, ରମିତା ପାଟ ମାଝି ଏବଂ ଜିତା ମାଝୀଙ୍କ ପରିବାରକୁ  ଅତିରିକ୍ତ ୧୨ କିଲୋଗ୍ରାମ ଲେଖାଏଁ ମାଣ୍ଡିଆ ମଧ୍ୟ ଦିଆଯାଇଥିଲା । ହିତାଧିକାରୀଙ୍କୁ  ବିନା ଇକେଫ୍ୱାସିରେ ତାଙ୍କ ମାସିକ  ଚାଉଳ କୋଟା ବିତରଣ କରାଯାଉଛି । ମେଡିକାଲ ରିପୋର୍ଟ ଅନୁଯାୟୀ  ଏହି ଦୁର୍ଭାଗ୍ୟଜନକ ଘଟଣାଟି ଖାଦ୍ୟ ଅଭାବରୁ ନୁହେଁ  ବରଂ ଫୁଡ ପଏଜନିଂ ସମସ୍ୟାରୁ ହୋଇଛି  କହିଛନ୍ତି କୃଷ୍ଣ ଚନ୍ଦ୍ର ପାତ୍ର । ଏଥିପାଇଁ ଉପରୋକ୍ତ ପରିବାର ସଦସ୍ୟଙ୍କୁ  ଆବଶ୍ୟକିୟ ଚିକିତ୍ôସା ପାଇଁ ପଦକ୍ଷେପ ନେଇଛନ୍ତିା  ରାଜ୍ୟ ସରକାର ଆହୁରି  ସାଧାରଣ ବଣ୍ଟନ ହବ୍ୟବସ୍ଥା ସୁଦୃଢ କରିବେ କହିଛନ୍ତି ମନ୍ତ୍ରୀ । ଏଥିପାଇଁ  ବିଭିନ୍ନ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ହିତାଧିକାରୀଙ୍କୁ ସେମାନଙ୍କ ମାସିକ  ଖାଦ୍ୟ ଶସ୍ୟ  କୋଟା ଯଥେଷ୍ଟ ପୂର୍ୱରୁ  ଉପଲବ୍ଧ କରାଯିବ । ଖାଦ୍ୟ ଶସ୍ୟ କୋଟାର ଗୋଦାମରୁ  ଉଠାଣ ତଥା ଡିଲର କେନ୍ଦ୍ରରେ ବଣ୍ଟନ କରାଯିବ ଏବଂ  ହିତାଧିକାରୀଙ୍କୁ ଏକାଥରକେ  ମାସିକିଆ ଅଥବା ଦୁଇ ମାସିକିଆ  ଖାଦ୍ୟ ଶସ୍ୟ କୋଟା ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking