ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ଚନ୍ଦ୍ରଶେଖର ମଣ୍ଡଳ ପକ୍ଷରୁ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରର ସ୍ଥିତ ଏକ ଘରୋଇ ହୋଟେଲ ପରିସରରେ ଆୟୋଜିତ ମାନନୀୟ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ” ମନ କି ବାତ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଅତ୍ୟନ୍ତ ଧର୍ଯ୍ୟର ସହ ଶୁଣିଥିଲେ। ମନ କି ବାତ କାର୍ଯ୍ୟକ୍ରମ ପରେ ଉପସ୍ଥିତ ଥିବା ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ତୃଣମୂଳ ସ୍ତରରେ ଲୋକମାନଙ୍କ ପାଖରେ ପହଞ୍ଚି ଡବଲ ଇଞ୍ଜିନି ସରକାରଙ୍କ ସଫଳତା ଓ ଲୋକାଭିମୁଖୀ କାର୍ଯ୍ୟ ସମ୍ବନ୍ଧରେ କହିବାକୁ ପରାମର୍ଶ ଦେଇଥିଲେ। ସମସ୍ତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହିତ ଓଡ଼ିଶା ତଥା ସମଗ୍ର ଭାରତ ବର୍ଷରେ ଦଳକୁ ସୁଦୃଢ କରିବା ପାଇଁ ନିଷ୍ଠାର ସହ କାର୍ଯ୍ୟ ଜାରିବାକୁ ନିବେଦନ କରିଥିଲେ। ଉତ୍ତର ଭୁବନେଶ୍ୱରରେ ସମସ୍ତ ବିକାଶ କାର୍ଯ୍ୟକ୍ରମ ପ୍ରିୟଦର୍ଶୀ ମିଶ୍ରଙ୍କ ନେତୃତ୍ୱରେ ହେବ ବୋଲି ଘୋଷଣା କରିଥିଲେ।
ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର ଉତ୍ତର ଭୁବନେଶ୍ୱର ବିକାଶ ପାଇଁ ଆମେ ସମସ୍ତେ ମିଳିତ ଭାବରେ ଉଦ୍ୟମ ଜାରି ରଖିବା ଆବଶ୍ୟକ । ସମସ୍ତ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ମାନେ ଉଚ୍ଚାରଣ ଓ ଆଚରଣକୁ ସମାନ ଦେଇ ଏକ ମନ ଓ ଏକ ପ୍ରାଣ ହୋଇ ସେବା ମନୋବୃତ୍ତି ରଖି କାର୍ଯ୍ୟ କରିବାକୁ ନିବେଦନ କରିଥିଲେ। ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକର୍ତ୍ତା ମାନେ ଦଳ ପାଇଁ କାର୍ଯ୍ୟ ଜାରି ରଖି ଉତ୍ତର ଭୁବନେଶ୍ୱରକୁ ଶ୍ରେଷ୍ଠ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ନଗେନ କୁମାର ବିଶୋଇ, ସମ୍ପାଦକ ଶିଶିର କୁମାର ମହାରଣା, ଉପସଭାପତି ନିର୍ମଳ କୁମାର ରାଉତରାୟ, ବରିଷ୍ଠ ନେତା ଖିରୋଦ ଜେନା, କୁନା ଜେନା, ପ୍ରଦୀପ ଜେନା, କୁନାଲ ରାଉତ, ଦିଲ୍ଲିପ ମହାନ୍ତି, ଯଶୋଧାରା ପ୍ରଧାନ, ନିର୍ମଳ କୁମାର ପଣ୍ଡା ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।