21.1 C
Bhubaneswar
Thursday, February 5, 2026
Homeଓଡିଶାଓଡ଼ିଶାର କଳା ଓ ସଂସ୍କୃତି ପୂରା ବିଶ୍ବରେ ପ୍ରସିଦ୍ଧିଲାଭ କରିଛି: ମୁଖ୍ୟମନ୍ତ୍ରୀ

ଓଡ଼ିଶାର କଳା ଓ ସଂସ୍କୃତି ପୂରା ବିଶ୍ବରେ ପ୍ରସିଦ୍ଧିଲାଭ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ଇତିହାସ ମହାନ। ଓଡ଼ିଶାର କଳା ଓ ସଂସ୍କୃତି କେବଳ ଦେଶରେ ନୁହେଁ, ପୂରା ବିଶ୍ବରେ ପ୍ରସିଦ୍ଧିଲାଭ କରିଛି। ଭାଷା ଓ ସାହିତ୍ୟ ହେଉଛି ଏକ ଜାତିର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର କହିଛନ୍ତି। ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଓଡ଼ିଶା ସମାଜ ପକ୍ଷରୁ ଆୟୋଜିତ ଓଡ଼ିଶା ପର୍ବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ସାଧବପୁଅମାନେ ନୌବାଣିଜ୍ୟ ପାଇଁ ଜାଭା, ସୁମାତ୍ରା, ବାର୍ଲି, ଇଣ୍ଡୋନେସିଆ ପ୍ରଭୁତି ଦେଶକୁ ଯାଉଥିଲେ। ସେହି ଦେଶଗୁଡ଼ିକରେ ଆମର ସାଧବ ପୁଅମାନେ ଓଡ଼ିଆର ଛାପ ଛାଡ଼ି ଆସିଛନ୍ତି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସାଧବପୁଅମାନେ ବିଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ ଏବଂ ଆଶାଢ଼ରେ ଫେରି ଆସୁଥିଲେ।

ସାଧାବ ପୁଅମାନେ ଯେଉଁଠିକୁ ଯାଇଛନ୍ତି, ସେଠାରେ ଓଡ଼ିଆ ଅସ୍ମିତା ଦେଖିବାକୁ ମିଳୁଛି। ବୋଇତ ବନ୍ଦାଣର ମୁକସାକ୍ଷୀ ହେଉଛି ‘କଟକର ଐତିହାସିକ ବାଲିଯାତ୍ରା।’ ଏଥର କଟକ ବାଲିଯାତ୍ରାରେ ୧୪ଟି ଦେଶର ରାଷ୍ଟ୍ରଦୂତ ଓ ଉଚ୍ଚାୟୋଗମାନେ ଯୋଗ ଦେଇଥିଲେ। ଜବାହରଲାଲ ନେହରୁ ଷ୍ଟାଡିୟମରେ ଆୟୋଜିତ ତିନିଦିନିଆ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ପ୍ରତିଗାଁରେ, ପ୍ରତି ଗଳି କନ୍ଦିରେ କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି। ଓଡ଼ିଶାରେ କଳା ଓ ସଂସ୍କୃତି ଭର୍ତ୍ତି ହୋଇଛି। ଭାଷା ଓ ସଂସ୍କୃତି ଗୋଟିଏ ଜାତିର ପରିଚୟ ଓ ଜାତିର ଅସ୍ମିତା। ଆମ ଓଡ଼ିଆ ଜାତି ଆଜି ଗର୍ବର ମୁଣ୍ଡ ଟେକି ଛିଡ଼ା ହୋଇଛି। ଓଡ଼ିଆ ଜାତି ଜିତିବାର କଥା ଜାଣିଛି।

ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ପ୍ରାଣ କେନ୍ଦ୍ର। ତାଙ୍କୁ କେନ୍ଦ୍ର କରି ଓଡ଼ିଆ ଭାଷା, ସାହିତ୍ୟ, ଐତିହ୍ୟ ଓ ପରଂପରା ବିକଶିତ ହୋଇଛି। ଶ୍ରୀଜଗନ୍ନାଥ ହେଉଛନ୍ତି ଭାବର ଠାକୁର। କିନ୍ତୁ ପୂର୍ବ ସରକାରଙ୍କ ସମୟରେ ଜଗନ୍ନାଥଙ୍କ ନାମକୁ ବ୍ୟବସାୟକରଣ କରି ଭୋଟ ପାଇଁ ବ୍ୟବହାର କରାଯାଇଥିଲା। ସାଧାରଣ ନିର୍ବାଚନ ସମୟରେ ଜନସାଧାରଣ ଏହାର କଡ଼ା ଜବାବ ଦେଇଥିଲେ। ତିନିଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶାର କାରୁକାର୍ଯ୍ୟ, ପିପିଲି ଚାନ୍ଦୁଆ, ସମ୍ବଲପୁରୀ ବସ୍ତ୍ର, ହସ୍ତତନ୍ତ୍ର, ହସ୍ତଶିଳ୍ପ, କୋଣାର୍କ ଚକକୁ ପ୍ରଦର୍ଶନ କରାଯାଇଛି। ଏଠାରେ ଓଡ଼ିଶାର ଖାଦ୍ୟ, ପୋଷାକ ପ୍ରଦର୍ଶିତ ହୋଇଛି। ଓଡ଼ିଶା ପର୍ବରେ କେବଳ ଓଡ଼ିଆ ନୁହଁନ୍ତି, ବରଂ ଅନ୍ୟ ରାଜ୍ୟର ଲୋକେ ମଧ୍ୟ ଏଠାରେ ବୁଲାବୁଲି କରୁଛନ୍ତି। ସମାରୋହ ମାଧ୍ୟମରେ ପ୍ରବାସୀ ଓଡ଼ିଆମାନଙ୍କୁ ଏକତ୍ର କରିବାକୁ ଉଦ୍ୟମ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking