ଭୁବନେଶ୍ବର : ରାଜ୍ୟ ସରକାର ଓ ବିଜେପି ଉପରେ ବର୍ଷିଲା ବିଜେଡି । ରାଜ୍ୟ ସରକାର ଓ ବିଜେପି ଉପରେ ମହିଳା,ନାବାଳିକା ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର ତଥା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବର୍ଷିଛି ବିଜେଡି । ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର, ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସାମାଜିକ ନ୍ୟାୟ ଦେବାରେ ବିଫଳ ସରକାର । ଦିନକୁ ଦିନ ମହିଳା, ଶିଶୁ, ଆଦିବାସୀଙ୍କ ଉପରେ ବଢୁଛି ଅତ୍ୟାଚାର । ନବୀନ ପଟ୍ଟନାୟକଙ୍କ ସମୟର ସାମାଜିକ ସୁରକ୍ଷା ଏହି ସରକାରରେ ତଳକୁ ଖସିଲାଣି । କିଛି ଦିନ ହେବ ବଲାଙ୍ଗୀରରେ ଛୁଆ ଓ ମହିଳା ଅତ୍ୟାଚାର ଖବର ଆସୁଛି । ଖପ୍ରାଖୋଲ ବ୍ଲକରେ ଛୁଆ ବିକ୍ରି ଖବର ଆସିଛି । ଏହା ପୁଣି ଉପ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ । ବ୍ରହ୍ମପୁରରେ ମଧ୍ୟ ଛୁଆ ବିକ୍ରି ହୋଇଛି । ବୋଙ୍ଗାମୁଣ୍ଡାରେ ଆଦିବାସୀ ମହିଳା ଉପରେ ଅତ୍ୟାଚାର ହୋଇଛି । ହେଲେ ବିଜେପି ସରକାର ଆଇନ ଶୃଙ୍ଖଳା ରକ୍ଷା ପାଇଁ କିଛି କରି ପାରୁନାହାନ୍ତି ବୋଲି କହିଛନ୍ତି କଳିକେଶ ନାରାୟଣ ସିଂଦେଓ । ଅନ୍ୟପଟେ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟରେ ନୂଆ ସରକାର ଆସିବା ପରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡ଼ି ପଡିଛି ଓ ସରକାର ସାମାଜିକ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି, ବିଜେପି ସାରା ଦେଶରେ ସୋସିଆଲ ଇଞ୍ଜିନିଅରିଙ୍ଗ କରୁଛି । ବିଭାଜନ କରି ଭୋଟ ନେଉଛି । ହେଲେ ସାମାଜିକ ନ୍ୟାୟ ଦେବାରେ ବିଫଳ । ମହିଳା, ଶିଶୁ, ଆଦିବାସୀଙ୍କ ଉପରେ ଅତ୍ୟାଚାର ବଢ଼ିଲାଣି ।