28.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶସନ୍ତୋଷ ଟ୍ରଫି ଅନ୍ତିମ ରାଉଣ୍ଡ୍‌ରେ ତାମିଲନାଡ଼ୁ, ମଣିପୁର

ସନ୍ତୋଷ ଟ୍ରଫି ଅନ୍ତିମ ରାଉଣ୍ଡ୍‌ରେ ତାମିଲନାଡ଼ୁ, ମଣିପୁର

ଅନନ୍ତପୁରମ: ତାମିଲନାଡ଼ୁ ଓ ମଣିପୁର ନିଜ ନିଜର ଅପରାଜେୟ ରେକର୍ଡ ବଜାୟ ରଖି ଚଳିତ ୭୮ତମ ଜାତୀୟ ଫୁଟ୍‌ବଲ୍ ଚାମ୍ପିଅନ୍‌ଶିପ୍ ସନ୍ତୋଷ ଟ୍ରଫିର ଅନ୍ତିମ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି। ଅନ୍ତିମ ମ୍ୟାଚ୍‌ରେ ତାମିଲନାଡ଼ୁ ୮-୦ ଗୋଲ୍‌ରେ ଆୟୋଜକ ଆନ୍ଧ୍ରପ୍ରଦେଶକୁ ଏବଂ ମଣିପୁର ୨-୦ ଗୋଲ୍‌ରେ ତ୍ରିପୁରାକୁ ହରାଇ ଦେଇଛନ୍ତି। ଅମରାବତୀର ଆର୍‌ଡିଟି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଗ୍ରୁପ୍‌-ଜି’ର ଅନ୍ତିମ ମ୍ୟାଚ୍‌ରେ ଘରୋଇ ଟିମ୍ ତାମିଲନାଡ଼ୁକୁ କଡ଼ା ଟକ୍କର ଦେଇଥିଲା। ପ୍ରଥମାର୍ଦ୍ଧର ଅତିରିକ୍ତ ସମୟରେ ଲିଜୋ କେ’ଙ୍କ ଜରିଆରେ ତାମିଲନାଡ଼ୁ ମାତ୍ର ଗୋଟିଏ ଗୋଲ୍ କରିବାକୁ ସମର୍ଥ ହୋଇଥିଲେ। ତେବେ ପରବର୍ତ୍ତୀ ୪୫ ମିନିଟ୍‌ରେ ଆନ୍ଧ୍ରପ୍ରଦେଶ ପ୍ରଦର୍ଶନ ଦୋହରାଇବାରେ ସଫଳ ହୋଇନଥିଲା ଏବଂ ତାମିଲନାଡ଼ୁ ୭ଟି ଗୋଲ୍ କରିଥିଲା। ଦ୍ୱିତୀୟାର୍ଦ୍ଧରେ ଲିଜୋ ଆଉଟି ତିନିଟି ଗୋଲ୍ କରି ମ୍ୟାଚ୍‌ରେ ନିଜ ଗୋଲ୍ ସଂଖ୍ୟା ୪ରେ ପହଞ୍ଚାଇଥିବା ବେଳେ ନନ୍ଦନକୁମାର ଅନନ୍ତରାଜ (୨), ହେନ୍‌ରୀ ଜୋସେନ୍ ଇମାନୁଏଲ୍ ଓ ଏ ରେଗାନ୍ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ଆଜି ଖେଳାଯାଇଥିବା ଗ୍ରୁପ୍‌-ଜି’ର ଦ୍ୱିତୀୟ ମ୍ୟାଚ୍‌ରେ କର୍ଣ୍ଣାଟକ ୧୧-୦ ଗୋଲ୍‌ରେ ଆଣ୍ଡାମାନ ଓ ନିକୋବରକୁ ହରାଇ ପୂର୍ବତନ ଚାମ୍ପିଅନ୍ ୬ ପଏଣ୍ଟ ହାସଲ କରିଛି।
ସେହିପରି ଅଗତାଲାରେ ଖେଳାଯାଇଥିବା ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ମଣିପୁର ୨-୦ ଗୋଲ୍‌ରେ ଆୟୋଜକ ତ୍ରିପୁରାକୁ ହରାଇ ଫାଇନାଲ୍ ରାଉଣ୍ଡ୍‌ରେ ପ୍ରବେଶ କରିଛି। ଅଗରତାଲାର ଉମାକାନ୍ତ ମିନି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଗୋଲ୍ ଦୁଇଟି ପ୍ରଥମାର୍ଦ୍ଧରେ ହିଁ ହୋଇଥିଲା। ଏହା ପୂର୍ବରୁ ଖେଳାଯାଇଥିବା ଗ୍ରୁପ୍‌-ଡି’ର ଅନ୍ୟ ଏକ ମ୍ୟାଚ୍‌ରେ ମିଜୋରାମ ୭-୦ ଗୋଲ୍‌ରେ ସିକ୍କିମ୍‌କୁ ହରାଇ ଦେଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking