ଭୁବନେଶ୍ୱର : ଆଜିକାଲି ଚାପଗ୍ରସ୍ତ ଜୀବନରେ ଅଧିକାଂଶ ଲୋକଙ୍କ ଆଖିତଳେ ଡାର୍କ ସର୍କଲ ଦେଖାଯାଏ । ଡାର୍କ ସର୍କଲଗୁଡିକର ସମସ୍ୟାକୁ ନେଇ ସମସ୍ତେ ଅସୁବିଧାରେ ପଡନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ଏହି ଉତ୍ପାଦ ବ୍ୟବହାର କରନ୍ତୁ । ଏପରି ଏକ ଜିନିଷ ଅଛି ଯାହା ଡାର୍କ ସର୍କଲ ପାଇଁ ଏକ ଭଲ ଚିକିସ୍ଛା ବୋଲି ପ୍ରମାଣ କରେ । ଏହା ହେଉଛି ବାଦାମ ତେଲ । ଆଉ କିଛି ନୁହଁ । ବାଦାମ ତେଲର କିଛି ବୁନ୍ଦା ନେଇ ରାତିରେ ଶୋଇବା ପୂର୍ୱରୁ ଏହାକୁ ଆଖି ତଳେ ମାଲିସ କରନ୍ତୁ । ହାତରେ ହାଲୁକା ମସାଜ କରନ୍ତୁ । ଏହି ମସାଜ ରକ୍ତ ସଞ୍ଚାଳନକୁ ବଢାଇଥାଏ । ଧିରେ ଧିରେ ଆଖି ତଳେ ଫୁଲା ଏବଂ ଡାର୍କ ସର୍କଲକୁ ଦୂର କରିଥାଏ । କିଛି ମହୁରେ ଦୁଇ ତିନି ବୁନ୍ଦା ବାଦାମ ତେଲ ମିଶାନ୍ତୁ । ତାପରେ ଏହି ମିଶ୍ରଣକୁ ଆଖି ତଳେ ଲଗାନ୍ତୁ । ଏବଂ ଏହାକୁ ୧୫ ମିନିଟ ଛାଡି ଦିଅନ୍ତୁ । ପରେ ଏହାକୁ ଉଷୁମ ପାଣିରେ ଧୋଇଦିଅନ୍ତୁ । ବାଦାମ ତେଲରେ ମିଳୁଥିବା ମହୁ ଏବଂ ପୋଷକ ତତ୍ତ୍ୱର ଆଣ୍ଟି ଅକ୍ସିଡାଣ୍ଟ ଡାର୍କ ସର୍କଲକୁ ହ୍ରାସ କରିବାରେ ସହାୟକ ହୁଏ ।