31.1 C
Bhubaneswar
Friday, March 27, 2026
Homeଦେଶ ବିଦେଶତେଲେଙ୍ଗାନା ମନ୍ଦିର ପରିସରରେ ବିସ୍ଫୋରଣ

ତେଲେଙ୍ଗାନା ମନ୍ଦିର ପରିସରରେ ବିସ୍ଫୋରଣ

ହାଇଦ୍ରାବାଦ: ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାର ମାଇଲାରଦେବପଲ୍ଲୀ ଥାନା ଅଂଚଳରେ ଥିବା ଏକ ମନ୍ଦିର ପରିସରରେ ସୋମବାର ଏକ ଭୟାବହ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ସେବାୟତ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ମାଇଲାରଦେବପଲ୍ଲୀ ଥାନା ଅନ୍ତର୍ଗତ ଲକ୍ଷ୍ମୀଗୁଡା ରୋଡରେ ଥିବା ଏକ ମନ୍ଦିର ନିକଟରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ମନ୍ଦିର ପରିସର ସଫା କରୁଥିବା ଜଣେ ସେବାୟତ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ବିସ୍ଫୋରଣ ପରେ ମାଇଲାରଦେବପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଇଥିଲା। କେଉଁ ସ୍ଥାନରେ ବିସ୍ଫୋରଣ ଘଟିଛି ସେ ନେଇ ଉଭୟ ଟିମ୍ ତଦନ୍ତ ଜାରି ରଖିଛନ୍ତି। ଏସିପି ରାଜେନ୍ଦ୍ର ନାଗର କହିଛନ୍ତି, ମାଇଲାରଦେବପଲ୍ଲୀ ଥାନା ଅନ୍ତର୍ଗତ ଲକ୍ଷ୍ମୀଗୁଡା ରୋଡରେ ଥିବା ଏକ ମନ୍ଦିର ନିକଟରେ ଏହି ବିସ୍ଫୋରଣ ଘଟିଛି। ମନ୍ଦିର ପୂଜକ ମନ୍ଦିର ନିକଟରେ ଥିବା ପରିସରସଫା କରୁଥିବା ବେଳେ ଏହି ଘଟଣା ଘଟିଛି। ବିସ୍ଫୋରଣରେ ମନ୍ଦିର ପୂଜକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ। “

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking