30.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶସଞ୍ଜୀବ ଗୋୟଙ୍କା ସହ ବିବାଦ; ମୁହଁ ଖୋଲିଲେ କେଏଲ୍ ରାହୁଲ

ସଞ୍ଜୀବ ଗୋୟଙ୍କା ସହ ବିବାଦ; ମୁହଁ ଖୋଲିଲେ କେଏଲ୍ ରାହୁଲ

ନୂଆଦିଲ୍ଲୀ: ଭାରତୀୟ ଟିମ୍‌ର ୱିକେଟ୍‌କିପର୍ ବ୍ୟାଟର୍ କେଏଲ୍ ରାହୁଲ ଆଇପିଏଲ୍ ୨୦୨୪ ଅବସରରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ମାଲିକ ସଞ୍ଜୀବ ଗୋୟଙ୍କାଙ୍କ ସହ ହୋଇଥିବା ବିବାଦକୁ ନେଇ ମୁହଁ ଖୋଲିଛନ୍ତି। ରାହୁଲ ସ୍ୱୀକାର କରିଛନ୍ତି ଯେ ପଡ଼ିଆରେ ଏପରି ଯୁକ୍ତିତର୍କ ହେବା ଠିକ୍ ନୁହେଁ ଏବଂ ପୂରା ଗ୍ରୁପ୍ ଉପରେ ଏହାର ପ୍ରଭାବ ପଡ଼ିଛି। ଏହି ଘଟଣା ପରେ ଫ୍ରାଞ୍ଚାଇଜି ରାହୁଲଙ୍କୁ ଆଗାମୀ ସିଜନ୍ ପାଇଁ ରିଟେନ୍ କରିବ ନାହିଁ ବୋଲି ସଙ୍କେତ ମିଳିସାରିଥିଲା। ଅସଲରେ ଆଇପିଏଲ୍ ୨୦୨୪ର ଏକ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଟ୍ରେଭିସ୍ ହେଡ୍ ଓ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଇନିଂସ୍ ବଳରେ ଲକ୍ଷ୍ନୌକୁ ୧୦ ୱିକେଟ୍‌ରେ ହରାଇଥିଲା। ମ୍ୟାଚ୍ ପରେ ଲକ୍ଷ୍ନୌ ମାଲିକ ସଞ୍ଜୀବ ଗୋୟଙ୍କା କ୍ୟାପ୍‌ଟେନ୍ ରାହୁଲଙ୍କୁ ଜୋରଦାର ଭର୍ତ୍ସନା କରିଥିଲେ। ଟିମ୍‌ର ପ୍ରଦର୍ଶନରେ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ, ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।
ରାହୁଲ ଏହାପରେ ଏକ ସ୍ପୋର୍ଟ୍ସ ଚ୍ୟାନେଲ୍‌କୁ କହିଥିଲେ, ‘ମ୍ୟାଚ୍ ପରେ ପଡ଼ିଆରେ ଯାହା କିଛି ଘଟିଲା ତାହା ଭଲ କଥା ନୁହେଁ। ଏଭଳି କୌଣସି ବିଷୟ ପଡ଼ିଆ ଭିତରେ କିମ୍ବା ବାହାରେ ଦେଖାଯିବା ଉଚିତ ନୁହେଁ। ଏହା ପୂରା ଗ୍ରୁପ୍‌କୁ ପ୍ରଭାବିତ କରିଥିବା ମୋତେ ଲାଗିଥିଲା।’ କେଏଲ୍ ରାହୁଲଙ୍କର ଲକ୍ଷ୍ନୌ ସହିତ ତିନିବର୍ଷର ଚୁକ୍ତି ନିକଟରେ ସମାପ୍ତ ହୋଇଥିଲା। ଏହାପରେ ଲକ୍ଷ୍ନୌ ତାଙ୍କୁ ଆଇପିଏଲ୍ ୨୦୨୫ ପାଇଁ ରିଟେନ୍ କରିନଥିଲା। ଏ ସମ୍ପର୍କରେ ରାହୁଲ ନିକଟରେ କହିଛନ୍ତି, ସେ ନିଜ ଖେଳରେ ସ୍ୱତନ୍ତ୍ରତା ଚାହୁଁଥିବାରୁ ଲକ୍ଷ୍ନୌ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ରାହୁଲ କହିଥିଲେ, ମୁଁ ଫ୍ରେଶ୍ ଆରମ୍ଭ କରିବାକୁ ଚାହୁଁଛି। ଯେଉଁଠି ଟିମ୍‌ର ବାତାବରଣ ସାମାନ୍ୟ ହାଲୁକା ଥିବ ଏବଂ ମୁଁ ସ୍ୱତନ୍ତ୍ର ହୋଇ ଖେଳିପାରିବି ସେପରି ବିକଳ୍ପ ଚାହୁଁଥିଲି।
ରାହୁଲଙ୍କ ନେତୃତ୍ୱରେ ଆଇପିଏଲ୍ ୨୦୨୪ରେ ଲକ୍ଷ୍ନୌର ପ୍ରଦର୍ଶନ ବହୁ ଖରାପ ଥିଲା। ଏପରିକି ଟିମ୍ ୧୪ ମ୍ୟାଚ୍‌ରୁ ୧୪ ପଏଣ୍ଟ୍ ହାସଲ କରି ପଏଣ୍ଟ୍ ଟେବଲ୍‌ର ୭ମ ସ୍ଥାନରେ ରହିଥିଲା। ଅବଶ୍ୟ ଚାରିଟି ଟିମ୍‌ର ସମାନ ୧୪ ପଏଣ୍ଟ୍ ଥିଲା। ମାତ୍ର ଲକ୍ଷ୍ନୌର ନେଟ୍ ରନ୍‌ରେଟ୍ ସବୁଠୁ ଖରାପ ଥିଲା ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଚତୁର୍ଥ ଟିମ୍ ପାଇଁ ପ୍ଲେଅଫ୍‌ରେ ପହଞ୍ଚିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking