15.1 C
Bhubaneswar
Sunday, January 5, 2025
Homeଓଡିଶାଜଙ୍ଗଲ ଜମି ହଡପ ମାମଲା : ନିଜ ଆଡୁ ମାମଲା ରୁଜୁ କଲା ଏନଜିଟି

ଜଙ୍ଗଲ ଜମି ହଡପ ମାମଲା : ନିଜ ଆଡୁ ମାମଲା ରୁଜୁ କଲା ଏନଜିଟି

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୋଟୁରେ  ପ୍ରାୟ ୧୦୦ ଏକର  ଜଙ୍ଗଲ ଜମି ହଡପ ଅଭିଯୋଗ ଘଟଣାରେ  ନିଜ ଆଡୁ ନ୍ୟାସନାଲ ଗ୍ରୀନ ଟ୍ରିବ୍‌ୟୁନାଲ ମାମଲା କରିଛି । ହଡପ ଜମିରେ କିଭଳି ଏକ ନଗର ତିଆରି ହେଲା  ସେନେଇ ନୋଟିସ ଜାରି କରିଛି ଏନଜିଟି । ଜଙ୍ଗଲ ଜମିରେ କିପରି ରାସ୍ତା, କୋଠା ଏବଂ ତାର ବାଡ ନିର୍ମାଣ ହେଲା ପଚାରିବା ସହିତ   ବିଭିନ୍ନ ସରକାରୀ ଯୋଜନା ଅର୍ଥରେ  ଏହି ନିର୍ମାଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି  ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ । ଏନେଇ ପିସିସିଏଫ , ଜଙ୍ଗଲ  ବିଭାଗ ଓ ମାଲକାନଗିରି ଜିଲ୍ଲାପାଳଙ୍କୁ ନୋଟିସ କରାଯାଇଛି  । ଡିସେମ୍ବର ୩ ତାରିଖରେ  ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବାବେଳେ ଅତିକମରେ ଏହାର ସପ୍ତାହ ପୂର୍ୱରୁ  ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି  ଏନଜିଟି । ସୂଚନା ଅନୁସାରେ ଏହି ହଡପ ଜମିକୁ ନେଇ  ବିଜେପି ଅଭିଯୋଗ କରିଥିବା ବେଳେ  ଏହାକୁ ଖଣ୍ଡନ କରିଥିଲା ବିଜେଡି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking