32.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶରେଳ ଷ୍ଟେସନରେ ବିସ୍ଫୋରଣ: ୨୫ ମୃତ, ୩୦ ଆହତ

ରେଳ ଷ୍ଟେସନରେ ବିସ୍ଫୋରଣ: ୨୫ ମୃତ, ୩୦ ଆହତ

ଇସଲାମାବାଦ: ପାକିସ୍ତାନର ଦକ୍ଷିଣ-ପଶ୍ଚିମାଞ୍ଚଳ ବେଲୁଚିସ୍ତାନ ପ୍ରଦେଶର କ୍ୱେଟା ରେଳ ଷ୍ଟେସନରେ ଶନିବାର ଏକ ଭୟାବହ ବିସ୍ଫୋରଣ ଘଟି ୨୫ ଜଣଙ୍କ ପ୍ରାଣହାନୀ ହୋଇଛି। ଏହି ବିସ୍ଫୋରଣରେ ୩୦ରୁ ଅଧିକ ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି। ବରିଷ୍ଠ ପୁଲିସ ଅଧିକାରୀ ମହମ୍ମଦ ବାଲୋଚଙ୍କ ସୂଚନା ଅନୁସାରେ, ବିସ୍ଫୋରଣଟି ଷ୍ଟେସନ ଭିତରେ ଏକ ଟ୍ରେନ୍ ନିକଟରେ ଘଟିଥିଲା। କ୍ୱେଟାରୁ ପେଶାୱର ଯିବାକୁ ଥିବା ଟ୍ରେନ ଷ୍ଟେସନ ଛାଡ଼ିବାର ଠିକ୍ ପୂର୍ବରୁ ଏହି ଘଟଣା ଘଟିଛି।

ଉଦ୍ଧାରକାରୀ ଦଳ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଛନ୍ତି। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବିସ୍ଫୋରଣ ପାଇଁ ବେଲୁଚ ଲିବରେଶନ ଆର୍ମି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି। ପ୍ରକାଶ, ନିକଟରେ ପାକିସ୍ତାନର ଉତ୍ତର-ପଶ୍ଚିମରେ ଆତଙ୍କବାଦୀ ଆକ୍ରମଣରେ ବୃଦ୍ଧି ଘଟିଛି। ଏହା ବ୍ୟତୀତ ଏଠାରେ ବିଚ୍ଛିନ୍ନତାବାଦୀ ବିଦ୍ରୋହ ମଧ୍ୟ ବୃଦ୍ଧି ପାଉଛି। ବରିଷ୍ଠ ପୋଲିସ ଅଧୀକ୍ଷକ କହିଛନ୍ତି ଯେ ପେଶାୱର ଅଭିମୁଖେ ଯାଉଥିବା ବେଳେ ରେଳ ଷ୍ଟେଶନ ଭିତରେ ଏହି ବିସ୍ଫୋରଣ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking