27.1 C
Bhubaneswar
Monday, March 30, 2026
Homeଓଡିଶାନଦୀରେ ବୁଡ଼ି ୪ବର୍ଷର ଶିଶୁପୁତ୍ରର ମୃତ୍ୟୁ

ନଦୀରେ ବୁଡ଼ି ୪ବର୍ଷର ଶିଶୁପୁତ୍ରର ମୃତ୍ୟୁ

ଡେଲାଙ୍ଗ: ଡେଲାଙ୍ଗ ଥାନା ଅଧୀନ ଜେନାପୁର ପଞ୍ଚାୟତ ଅଧୀନ ଟୋଲାପଡା ଗୋପୀନାଥ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଘର ପଛପଟ ରତ୍ନଚିରା ନଦୀରେ ବୁଡ଼ି ୪ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ ଗୋପୀନାଥସାହିର ସଚ୍ଚିକାନ୍ତ ବେହେରାଙ୍କ ୪ବର୍ଷର ପୁଅ ଅଶ୍ୱିନୀ ବେହେରା ଅଙ୍ଗନବାଡିରୁ ପାଠପଢ଼ା ସାରି ଘରକୁ ଫେରିଥିଲେ। ଜେଜେ ମା’ ସହିତ ଖାଇସାରି ଗ୍ରାମର ଅନ୍ୟ ଦୁଇଜଣ ଛୋଟ ପିଲାଙ୍କ ସହିତ ଘର ପଛପଟ ପୋଲାଙ୍ଗ ବଣ ପଟକୁ ଖେଳିବାକୁ ଯାଇଥିଲେ। ତେବେ ପିଲାମାନେ ପୋଲାଙ୍ଗ ବଣରେ ଖେଳୁଥିବାବେଳେ କୌଣସି କାରଣରୁ ୩ଜଣ ଯାକ ରତ୍ନଚିରା ନଦୀକୁ ଖସିପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ହାତଗୋଡ଼ ଛାଟିପିଟି ହୋଇ ବାହାରକୁ ଆସିବାରେ ସମର୍ଥ ହୋଇଥିଲେ ମଧ୍ୟ ନଈରେ ଦଳପୂର୍ଣ୍ଣ ହୋଇ ରହିଥିବାରୁ ଅଶ୍ନିନୀ ବାହାରକୁ ଆସିପାରି ନଥିଲେ। ତାଙ୍କ ଭିତରୁ ଜଣେ ପିଲା ଗାଁକୁ ଦୌଡ଼ି ଆସି ସ୍ଥାନୀୟ ଲୋକମାନଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଘଟଣାସ୍ଥଳରେ ଲୋକେ ଅଶ୍ୱିନୀଙ୍କୁ ଖୋଜାଖୋଜି କରି ଉଦ୍ଧାର କରିବା ସହିତ ତୁରନ୍ତ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଡେଲାଙ୍ଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହିତ ଶବ ଜବତ କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଯାଇଛି।ଖବର ପାଇ ପୋଷଲ ରାଜସ୍ୱ ନିରିକ୍ଷକ ସସ୍ମିତା ନାୟକ, ଜେନାପୁର ସରପଞ୍ଚ ବିଶ୍ୱନାଥ ପଟ୍ଟନାୟକ ଓ ସମିତିସଭ୍ୟ ପ୍ରଭାତ କୁମାର ଜେନା, ସାମାଜିକ କର୍ମୀ ସଚ୍ଚିକାନ୍ତ ଜେନା, ନରହରି ବାରିକ ପ୍ରମୁଖ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସରକାରୀ ସହାୟତା ନିମନ୍ତେ ଦାବୀ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking