18.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଲୋକଙ୍କ ପାଇଁ ଉଦାହରଣ ସାଜିଲେ ଆୟୁଷୀ

ଲୋକଙ୍କ ପାଇଁ ଉଦାହରଣ ସାଜିଲେ ଆୟୁଷୀ

ବ୍ୟୁରୋ : ଲୋକଙ୍କ ପାଇଁ ଉଦାହରଣ ସାଜିଛନ୍ତି ଆୟୁଷୀ ।  ସେ ନିଜେ ସ୍ୱାବଲମ୍ବୀ ହେଇଛନ୍ତି । ନିଜ ଇଚ୍ଛା ଓ ଦୃଢ ଶକ୍ତି ବଳରେ ସେ ଆଗକୁ ଗୋଡ କାଢି କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି ।  ଏଭଳି ଏକ ଘଟଣା  ଉତ୍ତରପ୍ରଦେଶରୁ ଆସିଛି ।    ଉତ୍ତରପ୍ରଦେଶର ଜଣେ ଝିଅ ଚାକିରି ଛାଡି ଏକ କୋଟି ଟଙ୍କା ଦେଇ ଷ୍ଟାର୍ଟଅପ ଆରମ୍ଭ କରିଥିଲେ । ବର୍ତ୍ତମାନ ତାଙ୍କ କମ୍ପାନୀର ଆୟ  ହେଉଛି ୪୦କୋଟିରୁ ଅଧିକ । ତାଙ୍କ ବ୍ୟବସାୟରେ ସେ ସଫଳ ହୋଇଛନ୍ତି ।  ମୋରାଦାବାଦୀ ଆୟୁଷୀଙ୍କ ପାଇଁ  ଷ୍ଟାର୍ଟଅପ  ଯାତ୍ରା ସହଜ ନଥିଲା । ସେ ଏକ କୋଟି ଟଙ୍କାର ଚାକିରି ପ୍ରତ୍ୟାଖ୍ୟାନ କରିବା ପରେ ସେ ଅନେକ ସମସ୍ୟାକୁ ସାମ୍ନା କରିଥିଲେ ।  ପରିବାର ଲୋକେ ତାଙ୍କୁ  ତାଙ୍କ ଜୀବନ ସୁରକ୍ଷିତ କରିବାକୁ  କହିଥିଲେ । କିନ୍ତୁ ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ  ସେ ଚାକିରି ଛାଡି ଷ୍ଟାର୍ଟଅପ ଦୁନିଆରେ ପ୍ରବେଶ କରିଥିଲେ । ବ୍ୟବସାୟ ଆରମ୍ଭ କରିବା ସହଜ କଥା ନୁହେଁ । ଆୟୁଷୀଙ୍କ କହିବା ଅନୁଯାୟୀ , କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ ଡିଗ୍ରୀ  ସାରିଛନ୍ତି ।  ଏହା ପରେ ସେ ଅନେକ କମ୍ପାନୀରୁ ଚାକିରୀର ଅଫର ପାଉଥିଲେ ।  ସବୁଠୁ ଅଧିକ ପ୍ୟାକେଜ ସହିତ ଚାକିରି ଦେଶର ବଡ କମ୍ପାନୀରୁ ୧ କୋଟି ଟଙ୍କା ଥିଲା । କିନ୍ତୁ ସେ ମନା କରିଦେଇଥିଲେ । କାରଣ ସେ ଷ୍ଟାର୍ଟଅପ କମ୍ପାନୀ କରିବାକୁ ଚାହୁଁଥିଲେ । ଏହାରି କ୍ରମେ ସେ କମ୍ପାନୀ ଆରମ୍ଭ କରିଥିଲେ ।  ଏକ କମ୍ପାନୀ  ଟ୍ୟାଲେଣ୍ଟ ଡିକ୍ରିପ୍ଟ ।  କିନ୍ତୁ ବହୁତ କାମ ବାକି ରହିଥିଲା ।  ଏହି ପ୍ଳାଟଫର୍ମରେ ଆଇଟି କମ୍ପାନୀଗୁଡିକ ଯୋଡିବା ସବୁଠାରୁ ବଡ ଆହ୍ୱାନ ଥିଲା । ଆୟୁଷୀ ଏବଂ ତାଙ୍କ ସହ ପ୍ରତିଷ୍ଠାତାଙ୍କର  କମ୍ପାନୀ ବିଷୟରେ କୌଣସି ଜ୍ଞାନ ନଥିଲା । ସେ ପରେ ୩୦ଟି କମ୍ପାନୀ ବୁଲି ଦେଖିଲେ । ଏହା ପରେ ଗୋଟିଏ ପରେ ଗୋଟିଏ କମ୍ପାନୀ ସେମାନଙ୍କ ସହ ଯୋଗାଯୋଗ କଲେ । ହେଲେ ଏବେ ଷ୍ଟାର୍ଟଅପ  ବର୍ଷକୁ  ୪୦ କୋଟି ଟଙ୍କା ଆୟ କରୁଛି । ଏହି ପରିପ୍ରେକ୍ଷୀରେ ଆୟୁଷୀ କହିଛନ୍ତି ଯେ ,  ଟ୍ୟାଲେଣ୍ଟ ଡିକ୍ରିପ୍ଟ ହେଉଛି ଏକ ପ୍ଲାଟଫର୍ମ ଯାହା ବିଶ୍ୱର କୋଣ ଅନୁକୋଣରୁ  ଏହାର ପ୍ରାର୍ଥୀ ଚୟନ କରିବାକୁ ଯେ କୌଣସି ପ୍ରବେଶ ପ୍ରଦାନ କରିଥାଏ । ତାଙ୍କ ଅଭିଜ୍ଞତା ଏବଂ ଅନ୍ୟାନ୍ୟ  ଦକ୍ଷତାକୁ ବିଚାର କରି ଚୟନ କରାଯାଏ । ସବୁଠୁ ବଡ କଥା ଯେ ଆୟୁଶୀ ଏହି କମ୍ପାନୀର  ପ୍ରତିଷ୍ଠାତା ଏବଂ ସିଇଓ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking