24.1 C
Bhubaneswar
Thursday, October 24, 2024
Homeଓଡିଶାସ୍ଥଳଭାଗର ନିକଟତର ହେଉଛି ବାତ୍ୟା ଦାନା; ପାରାଦୀପଠୁ ମାତ୍ର ୧୦୦ କିମି ଦୂରରେ....

ସ୍ଥଳଭାଗର ନିକଟତର ହେଉଛି ବାତ୍ୟା ଦାନା; ପାରାଦୀପଠୁ ମାତ୍ର ୧୦୦ କିମି ଦୂରରେ….

ଭୁବନେଶ୍ୱର: ଧୀରେ ଧୀରେ ସ୍ଥଳଭାଗର ନିକଟତର ହେଉଛି ବାତ୍ୟା ଦାନା । ଗତ ୬ ଘଣ୍ଟା ଧରି ବାତ୍ୟା ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଗତି କରୁଥିବାବେଳେ, ପାରାଦୀପଠାରୁ ବାତ୍ୟା ଦାନା ଏବେ ୧୦୦ କିଲୋମିଟର ଦୂରରେ ରହିଛି । ସେହିପରି ଧାମରାଠାରୁ ୧୩୦ କିଲୋମିଟର ଆଉ ସାଗର ଦ୍ୱୀପଠାରୁ ୨୧୦ କିଲୋମିଟର ଦୂରରେ ରହିଛି ବାତ୍ୟା ଦାନା । ପାଣିପାଗ ବିଭାଗର ସୂଚନା ମୁତାବକ, ଆଜି ମଧ୍ୟରାତିରେ ଭିତରକନିକା ଓ ଧାମରା ଭିତରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ଦାନା । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ବେଗ ରହିବ । ସେହିପରି ପବନ ଝୁଙ୍କ ଘଣ୍ଟାପ୍ରତି ୧୨୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଏହାର ପ୍ରଭାବରେ ଗଂଜାମ, ପୁରୀ, ଜଗତସିଂହପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନ ଓ ବର୍ଷା ହେବ। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛନ୍ତି। ସହଯୋଗ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଅଗ୍ନିଶମ, ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌, ତଟରକ୍ଷୀ ବାହିନୀ, ନୌସେନା ଓ ବାୟୁସେନା ପ୍ରସ୍ତତ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking