20.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶନ୍ୟାୟର ଦେବୀଙ୍କ ନୂଆ ମୂର୍ତ୍ତିକୁ ନେଇ ବିବାଦ

ନ୍ୟାୟର ଦେବୀଙ୍କ ନୂଆ ମୂର୍ତ୍ତିକୁ ନେଇ ବିବାଦ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବହୁ ଦଶକ ପରେ ପ୍ରଥମ ଥର ନ୍ୟାୟଦେବୀଙ୍କ ମୂର୍ତ୍ତିର ଆଖିରୁ ହଟିଛି କଳାପଟି। ହେଲେ ଏହାକୁ ବିରୋଧ କରିଛି ବାର ଆସୋସିଏସନ୍‌। ସୁପ୍ରକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ପ୍ରସ୍ତାବ ପାସ୍ କରି କୁହାଯାଇଛି ଏଭଳି ପରିବର୍ତ୍ତନ କରିବା ପୂର୍ବରୁ ଆମ ସଦସ୍ୟଙ୍କଠାରୁ କୌଣସି ପ୍ରକାର ପରାମର୍ଶ ନିଆଯାଇ ନାହିଁ। ସେ କହିଛନ୍ତି, କେଉଁ ପରିଭାଷାର ଆଧରରେ ଏଠାରେ ପରିର୍ତ୍ତନ କରାଯାଇଛି। ଆମକୁ ଏ ବିଷୟରେ କୌଣସି ସୂଚନା ନାହିଁ। କିଛି ସମୟ ପୂର୍ବରୁ ହିଁ ସୁପ୍ରିମକୋର୍ଟରେ ଲାଗଥିବା ନ୍ୟାୟ ଦେବୀଙ୍କ ମୂର୍ତ୍ତିରେ କିଛି ପରିବର୍ତ୍ତନ କରାଯାଇଥିଲା, ଯେଉଁଥିରେ ପ୍ରତିମାର ଆଖିରେ ବନ୍ଧା ଥିବା ପଟିକୁ ହଟାଇ ଦିଆଯାଇଥିଲା ଏବଂ ହାତରେ ତଲୱାର ସ୍ଥାନରେ ସମ୍ବିଧାନ ଧରାଇ ଦିଆଯାଇଛି। କୋର୍ଟ ପକ୍ଷରୁ କରାଯାଇଥିବା ଏହି ପରିବର୍ତ୍ତନ ଏହି କଥାର ପ୍ରତୀକ ଯେ, ଭାରତରେ ଆଇନ ନା ତ ଅନ୍ଧ ନା ହିଁ ଦଣ୍ଡାତ୍ମକ।

ସୁପ୍ରିମକୋର୍ଟ ବାର ଆସୋସିଏସନ୍ ପକ୍ଷରୁ ପାସ୍ କରାଯାଇଥିବା ପ୍ରସ୍ତବରେ କୁହାଯାଇଛି ନିକଟରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏକତରଫା ରୂପରେ କିଛି ଆମୁଳଚୂଳ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ବେଳେ ବାର୍ ଆସୋସିଏସନ୍ରୁ କୌଣସି ପ୍ରକାର ପରାମର୍ଶ ନିଆଯାଇ ନାହିଁ, ସେଭଳି ଆମେ ମଧ୍ୟ ନ୍ୟାୟ ପ୍ରଶାସନରେ ସମାନ ହିତଧାରକ। କୋର୍ଟଙ୍କୁ ଆମର ପ୍ରଶ୍ନ ଯେ, ଯେତେବେଳେ ଏହି ପରିବର୍ତ୍ତନ ପ୍ରସ୍ତାବିତ ଥିଲା ଏହା ବିଷୟରେ ଆମ ସହ କାହିଁକି ଚର୍ଚ୍ଚା ହେଲାନି । ନ୍ୟାୟର ଦେବୀ ପୁରୁଣା ପ୍ରତିମାରେ ତରାଜୁ ସନ୍ତୁଳନ ଓ ନିରପେକ୍ଷର ପ୍ରତିନିଧିତ୍ୱ କରିଥାଏ। ସେଭଳି ତଲୱାର ଆଇନର ଶକ୍ତିର ପ୍ରତିନିଧିତ୍ୱ କରିଥାଏ। ତେବେ ନୂଆ ପ୍ରତିମାକୁ ଭାରତର ଔପନିବେଶ ଇତିହାସକୁ ପଛରେ ପକାଇବାର ରୂପରେ ଦେଖାଯାଉଛି। ସୁପ୍ରିମକୋର୍ଟଙ୍କ ପକ୍ଷରୁ କରାଯାଇଥିବା ପରିବର୍ତ୍ତନ ଏହି କଥାକୁ ପ୍ରଦର୍ଶିତ କରିଥାଏ ଯେ, ଭାରତର ଆଇନ ଅନ୍ଧ ନୁହେଁ। ନ୍ୟାୟର ଦେବୀରଙ୍କ ନୂଆ ପ୍ରତିମାକୁ ସୁପ୍ରିମକୋର୍ଟରେ ବିଚାରପତିଙ୍କ ଲାଇବ୍ରେରୀରେ ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking