26.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଇଣ୍ଡିଆ ମେଣ୍ଟର ସିଟ୍ ଶେୟାରିଂ ଫର୍ମୁଲା ଚୂଡାନ୍ତ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଇଣ୍ଡିଆ ମେଣ୍ଟର ସିଟ୍ ଶେୟାରିଂ ଫର୍ମୁଲା ଚୂଡାନ୍ତ

ରାଞ୍ôଚ : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଶୁକ୍ରବାର ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିବା ପରେ ପରେ ମେଣ୍ଟ ସହଯୋଗୀ ଦଳଙ୍କ ମଧ୍ୟରେ ଆସନ ବୁଝାମଣା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ମର୍ମରେ ଦିନକ ପୂର୍ବେ ବିଜେପି ଏଠାରେ ନିଜ ସହଯୋଗୀ ଦଳଙ୍କ ସହ ଆସନ ବୁଝାମଣା କରିସାରିଥିବା ବେଳେ ଆଜି (ଶନିବାର) ଶାସକ ଇଣ୍ଡିଆ ମେଣ୍ଟ ମଧ୍ୟରେ ମଧ୍ୟ ଆସନ ବୁଝାମଣା ଚୂଡାନ୍ତ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ ରାଜ୍ୟର ମୋଟ୍ ୮୧ ଆସନ ମଧ୍ୟରୁ ଜେଏମ୍‌ଏମ୍ ଏବଂ କଂଗ୍ରେସ ମୋଟ୍ ୭୦ଟି ଆସନରେ ପ୍ରାର୍ଥୀ ଦେବେ। ବାକି ୧୧ଟି ଆସନକୁ ସହଯୋଗୀ ଆରଜେଡି ଏବଂ ଅନ୍ୟ ବାମ ଦଳଙ୍କ ପାଇଁ ଉନ୍ମୁକ୍ତ ରଖାଯାଇଛି। ତେବେ କେଉଁ ଦଳ କେତେ ଲେଖାଏ ଆସନରେ ନିର୍ବାଚନ ଲଢ଼ିବେ ସେନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ଶନିବାର ଏସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ତଥା ଜେଏମ୍‌ଏମ୍ ମୁଖ୍ୟ ହେମନ୍ତ ସୋରେନ୍ ସୂଚନା ଦେଇଛନ୍ତି। ତାଙ୍କ କହିବାନୁସାରେ ବର୍ତ୍ତମାନ ଆସନ ଭାଗବଣ୍ଟାକୁ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇସାରିଥିଲେ ମଧ୍ୟ ବର୍ତ୍ତମାନ ସମୟରେ ସହଯୋଗୀ ଦଳ ଏଠାରେ ଉପସ୍ଥିତ ନଥିବାରୁ ଏସମ୍ପର୍କରେ ଅଧିକ ସୂଚନା ଦିଆଯାଇପାରିବ ନାହିଁ। ସହଯୋଗୀ ଦଳଙ୍କ ସହ ଆସନ ଭାଗବଣ୍ଟା ନେଇ ଆଲୋଚନା ଜାରି ରହିଛି। ସହଯୋଗୀ ଦଳ ମଧ୍ୟ ଏନେଇ ସମର୍ଥନ ବ୍ୟକ୍ତ କରିଛନ୍ତି ବୋଲି ସୋରେନ୍ କହିଛନ୍ତି। ସହଯୋଗୀଙ୍କ ସହ କଥା ହୋଇ କେଉଁ ଦଳ କେଉଁଠି ଲଢ଼ିବେ, ସେକଥା ପର୍ଯ୍ୟାକ୍ରମେ ସାର୍ବଜନୀନ କରାଯିବ। ଗତ ବିଧାନସଭା ନିର୍ବାଚନରେ ଜେଏମ୍‌ଏମ-କଂଗ୍ରେସ-ଆରଜେଡି ମେଣ୍ଟ ମୋଟ୍ ୪୭ ଆସନ ଜିତିଥିଲେ।

ସୂଚନାଯୋଗ୍ୟ, ଝାଡଖଣ୍ଡ ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ ହେବ ଏବଂ ଭୋଟ୍‌ଗଣତି ତଥା ଫଳାଫଳ ଘୋଷଣା ନଭେମ୍ବର ୨୩ ତାରିଖରେ ହେବ ବୋଲି ନିର୍ବାଚନ ଆୟୋଗ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। ସେହିପରି ଦିନକ ପୂର୍ବେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଆସନ୍ତା ନଭେମ୍ବର ୧୩ ତାରିଖରେ ୪୩ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ନାମାଙ୍କନପତ୍ର ଦାଖଲ କରିବା ଲାଗି ଚଳିତ ଅକ୍ଟୋବର ମାସ ୨୫ ତାରିଖକୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଆସନ୍ତା ୨୮ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଓ ୩୦ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ସୁଯୋଗ ପାଇବେ। ଝାଡ଼ଖଣ୍ଡ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆସନ୍ତା ନଭେମ୍ବର ୨୦ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପୁନଃ ବିଜ୍ଞପ୍ତି ଜାରି କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking