24.1 C
Bhubaneswar
Sunday, October 20, 2024
Homeଓଡିଶାଉଲଗ୍ନ ହୋଇ ଆତଙ୍କ ଖେଳାଉଛି ଯୁବକ

ଉଲଗ୍ନ ହୋଇ ଆତଙ୍କ ଖେଳାଉଛି ଯୁବକ

କଟକ: ଯୁବକ ଜଣକ ଉଲଗ୍ନ ହୋଇ ଗ୍ରାମର ଝିଅ ବୋହୁ ମହିଳାମାନଙ୍କୁ ଆଶାଳୀନ ବ୍ୟବହାର ପ୍ରଦର୍ଶନ କରୁଥିବାର ଭିଡ଼ିଓ ସିସି ଟିଭିରେ ହେଲା ଉତ୍ତୋଳନ । ଭୋର ସମୟରେ ଜଣେ ମହିଳା ଝାଡୁକରୁଥିବା ସମୟରେ ଯୁବକ ଜଣକ ଉଲଗ୍ନ ହୋଇ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରୁଥିବାର ଭିଡିଓ ସିସି ଟିଭିରେ ଉତ୍ତୋଳନ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ବୋଦାମୁଣ୍ଡାଇ ବାରିଗୋଳ ଠାରେ । ଯୁବକ ଜଣକ ଉଲଗ୍ନ ହୋଇ ଆତଙ୍କ ଖେଳାଉଛି । ଯୁବକ ଜଣକ ଜଣେ ଅଜଣା ବ୍ୟକ୍ତି ହୋଇଥିବାର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଯୁବକ ଜଣକ ଉଲଗ୍ନ ହୋଇ ସନ୍ଧ୍ୟା ସମୟରେ ମଧ୍ୟ ଝିଅ ବୋହୁ ଓ ମହିଳାମାନଙ୍କୁ ଘରେ ପଶି ଅସଦାଚରଣ କରିବାକୁ ଉଦ୍ୟମକରି ଘଟଣା ସ୍ଥଳରୁ ଫେରାର ମାରୁଥିବା ଅଭିଯୋଗ ହୋଇଛି । ସିସି ଟିଭିରେ ଯୁବକର ଏହି ଉଲଗ୍ନ ଭିଡିଓ ଉତ୍ତୋଳନ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଏହାକୁ ଦେଖି ଭୟଭୀତ ଅଛନ୍ତି ଅଂଚଳର ଝିଅ-ବୋହୁ ଓ ମହିଳାମାନେ । ଯୁବକକୁ ପୋଲିସ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଏପଟେ ରାତ୍ରିରେ ବୋଦାମୁଣ୍ଡାଇ ଓ ବାରିଗୋଳ ଗ୍ରାମରୁ ବାରମ୍ବାର ଚୋରି ହେଉଥିବାର ସାଲେପୁର ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ଚଳିତମାସ ୧୬ ତାରିଖ ବିଳମ୍ବିତ ରାତିରେ କେହି ଜଣେ ଯୁବକ ବୋଦାମୁଣ୍ଡାଇ ବାରିଗୋଳ ଗ୍ରାମର ଗୟାଉଦ୍ଦିନଙ୍କ ଘର ଝରକା କାଟି ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ପାଟି କରିବାରୁ ଚୋର ଜଣକ ଦୌଡ଼ି ପଳାଇ ଯାଇଥିଲା । ଏନେଇ ଗୟାଉଦ୍ଦିନ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହାକୁ ନେଇ ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking