29.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶ୧୪ ମହଲା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ୩ ମୃତ

୧୪ ମହଲା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ୩ ମୃତ

ମୁମ୍ବାଇ : ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଲୋଖଣ୍ଡଓ୍ୱାଲା କମ୍ପ୍ଲେକ୍ସରେ ଏକ ୧୪ ମହଲା ବିଲ୍ଡିଂରେ ନିଆଁ ଲାଗି ୩ ଜଣଙ୍କ ମୃତ୍ୟୁ ଘଟିଛି । ବୁଧବାର ସକାଳ ପ୍ରାୟ ୮ଟାରେ ନିଆଁ ଲାଗିଥିବା ସୂଚନା ରହିଛି । ଅନ୍ଧେରୀ ଅଞ୍ଚଳରେ ଥିବା ଏହି ବିଲ୍ଡିଂର ୧୦ମ ମହଲାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା ।

ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ ୩ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ନିଆଁ ଲାଗିବାର ଖବର ଶୁଣି ଘଟଣାସ୍ଥଳକୁ ଦମକଳ ଗାଡ଼ି ପଠାଯାଇଥିଲା । ବହୁ ପରିଶ୍ରମ ପରେ ସକାଳ ୯ଟାରେ ନିଆଁକୁ ଆୟତ୍ତ କରାଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ବିଲ୍ଡିଂରେ ବହୁ କ୍ଷୟକ୍ଷତି ହୋଇଛି । ତେବେ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking