32.1 C
Bhubaneswar
Wednesday, October 16, 2024
Homeଓଡିଶାବିଷାକ୍ତ ସାପ କାମୁଡାରେ ଚାଲିଗଲା ଜୀବନ

ବିଷାକ୍ତ ସାପ କାମୁଡାରେ ଚାଲିଗଲା ଜୀବନ

ଗୋପ: ଦଂଶିଲା ସାପ । ବିଷାକ୍ତ ସାପ କାମୁଡାରେ ଚାଲିଗଲା ପ୍ରାଣ । ପାଇପ ଭିତରୁ ବାହାରିଲା ଘରେ ପଶିଲା । ତାପରେ ସିଧା ଚୋଟ ମାରିଲା । ଏଭଳି ଏକ ଘଟଣା ଘଟିଛି କୋଣାର୍କ ଥାନା ଅନ୍ତର୍ଗତ କୁଞ୍ଜମଠ ଗ୍ରାମରେ । ଖାଇ,ପିଇ ଶୋଇଥିଲେ । ହେଲେ କିଏ ଜାଣିଥିଲା ଏମିତି ଘଟିବ ଅଘଟଣ । ସବୁଦିନ ପାଇଁ ଲିଭିଯିବ ଜୀବନ ଦୀପ । ସତରେ ଏମିତି ବି ଆସେ ମରଣ । ଘରେ ଶୋଇଥିବାବେଳେ ସାପ କାମୁଡ଼ାରେ ଚାଲିଗଲା ଜୀବନ । ମୃତକ ହେଉଛନ୍ତି ୫୦ବର୍ଷୀୟ ପ୍ରତାପ ସେଠୀ ।

ଖବର ମୁତାବକ, ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ପ୍ରତାପଙ୍କ ହାତକୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ଏକଥା ଜାଣିବା ପରେ ପ୍ରତାପଙ୍କ ସ୍ତ୍ରୀ ପରିବାର ଲୋକଙ୍କୁ ତୁରନ୍ତ ଆସି ଜଣାଇଥିଲେ । ପ୍ରତାପଙ୍କୁ ପ୍ରଥମେ ଗୋପ ମେଡିକାଲ ନିଆଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ସାପଟିକୁ ଉଦ୍ଧାର କରାଯାଇ ଏକ ଡବା ଭିତରେ ଭର୍ତ୍ତି କରାଯାଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking