ନୂଆଦିଲ୍ଲୀ: ୟୁକ୍ରେନ୍ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ଦୁଇ ବର୍ଷରୁ ଅଧିକ ସମୟ ବିତିସାରିଛି । ତେବେ ଏହି ଯୁଦ୍ଧ ସରିବାର ସମ୍ଭାବନା କେଉଁଠି ଦେଖିବାକୁ ମିଳୁନି । ଏହା ଭିତରେ ୟୁକ୍ରେନ୍ ସଂସଦ ଚଳିତ ବର୍ଷ ସାଧାରଣ ଜନତା, କମ୍ପାନୀ ଓ ବ୍ୟାଙ୍କ ଉପରେ ଟ୍ୟାକ୍ସ ବଢାଇବା ପାଇଁ ଏକ ଆଇନକୁ ମଞ୍ଜୁରୀ ଦେଇଛି । ମିଳିଥିବା ସୂଚନା ଅନୁସାରେ, ୟୁକ୍ରେନ୍ର ଏହି ପଦକ୍ଷେପ ସାମରିକ ଓ ପ୍ରତିରକ୍ଷା ଆବଶ୍ୟକତାକୁ ପୁରା କରିବା ପାଇଁ ନିଆଯାଇଛି । ୟୁକ୍ରେନ୍ ସରକାରଙ୍କ ପକ୍ଷରୁ ସାଂସଦ ୟାରୋସ୍ଲାଭ ଜେଲେଜନ୍ୟାକ୍ ଟେଲିଗ୍ରାମ୍କୁ କହିଛନ୍ତି, ଗୁରୁବାର ସାଂସଦମାନେ ଏହି ଟ୍ୟାକ୍ସ ବିଲ୍କୁ ସମର୍ଥନ କରିଛନ୍ତି । ସାଂସଦ କହିଛନ୍ତି, ପ୍ରାୟ ୨୪୭ ଜଣ ସାଂସଦ ଏହାର ସପକ୍ଷରେ ମତଦାନ କରିଛନ୍ତି ।
ଏହା ପୂର୍ବରୁ ଜେଲେନସ୍କିଙ୍କ ସରକାର ୨୦୨୪ ବଜେଟ୍ ଉପରେ ଆଇନରେ ସଂଶୋଧନ କରି ଜୁଲାଇରେ ସେନା ଖର୍ଚ୍ଚରେ ୫୦୦ ବିଲିୟନ ରେନଭିଆକୁ ବୃଦ୍ଧିକୁ ମଞ୍ଜୁରୀ ଦେଇଥିଲେ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଟ୍ୟାକ୍ସ ବଢିବା ପରେ ପ୍ରତିରକ୍ଷା ବଜେଟ୍କୁ ପୁରା କରିବାରେ ସମସ୍ୟା ଆସିପାରେ । ଗତ ମାସ ସୀକୃତ ଏହି ବିଲ୍ରେ ଟ୍ୟାକ୍ସକୁ ଚଳିତ ବର୍ଷ ୫୮ ବିଲିୟନ ରେନଭିଆ ଓ ୨୦୨୫ ରେ ୧୩୭ ବିଲିୟନ ରେନଭିଆ ବୃଦ୍ଧି କରିବା କଥା କୁହାଯାଇଥିଲା । ସୂଚନାଯୋଗ୍ୟ, ଋଷ ୨୪ ଫେବୃଆରୀ ୨୦୨୨ ରେ ୟୁକ୍ରେନର ସହକର ଉପରେ ଆକ୍ରମଣ ଆରମ୍ଭ କରିଥିଲା ।
ଋଷ ସେନିକ ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି ଓ କିଛି ସପ୍ତାହରେ ୟୁକ୍ରେନ୍ର ବଡ ଅଞ୍ଚଳକୁ କବଜା କରିନେଇଛି ଓ କିଭ୍ ପର୍ଯ୍ୟନ୍ତ ପହଁଞ୍ଚି ଯାଇଥିଲା । ତେବେ ତାଙ୍କୁ ପ୍ରାୟ ସବୁ ସ୍ଥାନରେ ମଜବୁତ ୟୁକ୍ରେନ୍ ପ୍ରତିରୋଧର ସାମନା କରିବାକୁ ପଡିଛି । ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଚିତ୍ର ନାକଟକୀୟ ରୂପରେ ବଦଳି ଯାଇଥିଲା ଓ କିଭ୍ ଉପରେ କବଜା କରିବାରେ ବିଫଳ ହେବାପରେ, ଋଷ ଉତ୍ତରରୁ ସମ୍ପୂର୍ଣ୍ଣ ଭାବରେ ପଛରୁ ହଟିଯାଇଥିଲା । ଆଗାମୀ ମାସ ୟୁକ୍ରେନ୍ ସେନା ଦକ୍ଷିଣ ସହର ଖେରସାନ ଉପରେ ପୁଣିଥରେ କବଜା କରିନେଇଛି । ସେବେଠାରୁ ଲଢେଇ ମୁଖ୍ୟତ ୟୁକ୍ରେନ୍ର ପୂର୍ବ ଭାଗରେ ଚାଲିଛି, ଯେଉଁଠି ଋଷ ସେନା ଧିରେ ଧିରେ ନିଜର ସ୍ଥିତି ମଜବୁତ କରୁଛି । ଯୁଦ୍ଧ ଆରମ୍ଭ ହେବାପରେ ଅତି କମ୍ରେ ୫୦ ହଜାର ଋଷ ସେ?ନିକଙ୍କ ମୃତ୍ୟୁ ହୋଇସାରିଛି । ସେଭଳି ଦୁଇ ଦେଶର ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି ।










