31.1 C
Bhubaneswar
Monday, March 23, 2026
Homeଓଡିଶାକିରାବାହାଲ ରାଣୀପlଲି ଶକ୍ତିପୀଠରେ ନରସିଂହ..

କିରାବାହାଲ ରାଣୀପlଲି ଶକ୍ତିପୀଠରେ ନରସିଂହ..

ମା ଙ୍କ ଆଶୀର୍ବାଦ ନେବା ସହ ଅଂଚଳବାସୀଙ୍କ ପାଈଁ କଲେ ମଙ୍ଗଳ କାମନା

ବଲାଙ୍ଗୀର: ପଶ୍ଚିମ ଓଡିଶାର ପ୍ରସିଦ୍ଧ ଦେବୀ ପୀଠ ମଧ୍ୟରୁ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କିରାବାହାଲ ଓ ରାଣୀ ପାଳିର ମାହେଶ୍ୱରୀ ଶକ୍ତିପୀଠ ହେଉଛି ବହୁ ପ୍ରାଚୀନ। ଏଠି ମା ଦୁର୍ଗା ମାହେଶ୍ୱରୀ ଦେବୀ ରୂପରେ ପୂଜା ପାଆନ୍ତି। ଡୁମାଲ ସମ୍ପ୍ରଦାୟର ଇଷ୍ଟଦେବୀ ହେଉଛନ୍ତି ମା ମାହେଶ୍ୱରି । ପୁଅଜୁଇନ୍ତିଆ ଠାରୁ ପୂଜା ଆରମ୍ଭ ହୋଇ ଦଶମୀ ଦିନ ପର୍ଯ୍ୟନ୍ତ ଏଠି ପୂଜା ହୋଇଥାଏ। ଏହି କ୍ରମରେ ଆଜି ହେଉଛି ମହା ନବମୀ।ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷମଧ୍ୟ ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ନରସିଂହ ମିଶ୍ର ଆଜି ରାଣିପାଳି ଓ କିରାବାହାଲ ଗସ୍ଥ କରି ଉଭୟ ଗ୍ରାମ ର ଗୁଡି କୁ ଯାଇ ଦେବୀ ମା ଙ୍କୁ ଦର୍ଶନ କରି ମା ଙ୍କ ଠାରୁ ଆଶୀର୍ବାଦ ତଥା ଅଂଚଳବାସି ଙ୍କ ସୁଖ ସମୃଦ୍ଧି କାମନା କରିଥିଲେ। ଦଲମତ ନିର୍ବିଶେଷରେ ଅଂଚଳ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସମସ୍ତେ ଉଦ୍ୟମ ଜାରି ରଖିବା ଆବଶ୍ୟକ ବୋଲି କହିବା ସହ ସଂସ୍କୃତି,ପରମ୍ପରା ଓ ଐତିହ ସମ୍ପନ୍ନ ଏହି ଯାତ୍ରା ଆୟୋଜନ କୁ ଶ୍ରୀ ମିଶ୍ର ଭୁରି ଭୁରି ପ୍ରଶଂସା କରିଥିଲେ। ସୁକତେଲ ନଦୀ ଉପରେ ନିର୍ମିତ ଭୂତଳ ଜଳ ପ୍ରକଳ୍ପ ଦ୍ବାରା ଏହି ଅଂଚଳ ର ଅର୍ଥନୈତିକ ବିକାଶ ହେବାସଙ୍ଗେ ସଂଗେ ଭୂତଳ ଜଳସ୍ତର ଆଗାମୀ ଦିନରେ ବୃଦ୍ଧି ପାଇବ ବୋଲି ଶ୍ରୀଯୁକ୍ତ ମିଶ୍ର ନିଜ ବକ୍ତବ୍ୟ ରେ କହିଥିଲେ,ଏହି ଗସ୍ଥ ଅବସର ରେ ଶ୍ରୀଯୁକ୍ତ ମିଶ୍ର ଙ୍କ ସହ ଟଂକଧର ଗଡତ୍ୟା,ଶୁଭ୍ରାଂଶୁ ପଣ୍ଡା, ଲମ୍ବୋଦର ମହାକୁର, ଗୋପୀ ପଟେଲ,ଧନୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking